ଇଣ୍ଡିଆ ମୋବାଇଲ କଂଗ୍ରେସରେ ଜିଓ ଓ ସାମସଙ୍ଗ ପ୍ରଦର୍ଶନ କଲେ ୫ଜି ଓ ଏଲଟିଇ ଟେକନଲୋଜୀ

ନୂଆଦିଲ୍ଲୀ : ଅତ୍ୟାଧୁନିକ ତଥା ପରବର୍ତ୍ତୀ ପିଢ଼ି ଜ୍ଞାନକୌଶଳ ବ୍ୟବହାର କରି ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍(ଜିଓ) ଏବଂ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ କଂଗ୍ରେସ(ଆଇଏମ୍ସି) ୨୦୧୯ରେ ରିଅଲ୍-ୱାର୍ଲଡ ୟୁଜ୍ କେସ୍ ପ୍ରଦର୍ଶନ କରିଛନ୍ତି । ଡିଜିଟାଲ ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତ ଏବଂ ଦକ୍ଷିଣ ଏସିଆର ସର୍ବବୃହତ ବାର୍ଷିକ ଇଭେଣ୍ଟ ଆଇଏମ୍ସି ଅକ୍ଟୋବର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ।

ସାମ୍ସଙ୍ଗ ନେଟ୍ୱାର୍କସ ସହ ମିଳିତ ଭାବେ ଜିଓ ବିଶ୍ୱର ସର୍ବବୃହତ୍ ଗ୍ରୀନ୍-ଫିଲ୍ଡ ଏବଂ ଆଇପି (ଇଣ୍ଟରନେଟ୍ ପ୍ରୋଟୋକଲ୍) ପର୍ଯ୍ୟବେସିତ ୪ଜି ଏଲଟିଇ ନେଟ୍ୱର୍କ ପ୍ରତିଷ୍ଠାକ ରିପାରିଛି ଯାହା ୨୦୧୯ ଅଗଷ୍ଟ ମାସ ସୁଦ୍ଧା ୩୪୦ ମିଲିୟନ୍ ବା ୩୪ କୋଟିରୁ ଊଦ୍ଧ୍ୱର୍ ଏଲ୍ଟିଇ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରୁଛି । ତେବେ ଆଇଏମ୍ସି ୨୦୧୯ରେ ଉଭୟ କମ୍ପାନୀ ‘୫ଜି ଏନ୍ଏସ୍ଏମୋଡ୍’ ତଥା ଆଡ୍ଭାନ୍ସ ୪ଜି ଏଲ୍ଟିଇଏବଂ୫ଜି ଟେକ୍ନୋଲୋଜୀର ଡୁଆଲ୍ କନେକ୍ଟେଡ୍ ମୋଡ୍ ନେଟୱର୍କର ବ୍ୟବହାର ମାଧ୍ୟମରେ ଭବିଷ୍ୟତ ବ୍ୟବସାୟ ସୁଯୋଗ ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ ଏହି ନୂଆ ଅତ୍ୟାଧୁନିକ ଜ୍ଞାନ କୌଶଳ କିଭଳି ଭାବେ ଉପଭୋକ୍ତା, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସମାଜକୁ ଲାଭ ପହଞ୍ଚାଇବ ତାହା ଏଠାରେ ଦେଖିବାକୁ ମିଳୁଛି ।

 

ସମ୍ବନ୍ଧିତ ଖବର