ଜିଓର ଦ୍ୱିତୀୟ ବର୍ଷ ପୂର୍ତି

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ କାରବାରର ଦ୍ୱିତୀୟ ବର୍ଷ ପୂରଣ କରିଛି। ଜିଓର ମୋଟ ଉପଭୋକ୍ତା ସଂଖ୍ୟା ୨୧୫ ନିୟୁତରେ ପହଞ୍ଚିଛି। ଇତି ମଧ୍ୟରେ ଏହା ଏଲ୍‌ଓ୍ଵାଇଏଫ୍‌ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ ଗ୍ରାହକଙ୍କୁ ଯୋଗାଇ ଦେଇଥିବା ବେଳେ ଜିଓ ଫୋନ୍‌ ଓ ଜିଓ ଫୋନ୍‌ ୨ ଭଳି ସୁଲଭ ମୂଲ୍ୟର ୪ଜି ଫୋନ୍‌ ବଜାରକୁ ଆଣିଛି। ଆଗାମୀ ଦିନରେ କଂପାନି ମୋବିଲିଟି ଓ ଫାଇବର୍‌ ଭିତ୍ତିକ କେବୁଲ୍‌ ସେବାରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର