ଜିଓ-ସୋଡେକ୍ସୋ ସହବନ୍ଧନ

ମୁମ୍ବାଇ: ରିଲାଏନ୍‌ସ ଜିଓ ଓ ସୋଡେକ୍ସୋ ମଧ୍ୟରେ ସହବନ୍ଧନ ସ୍ଥାପିତ ହୋଇଛି। ଏହି ବୁଝାମଣା ଯୋଗୁଁ ଜିଓମନିର ଗ୍ରାହକମାନେ ସୋଡେକ୍ସୋ ମିଲ୍‌ କାର୍ଡ ଜରିଆରେ ମୋବାଇଲ୍‌ ପେମେଣ୍ଟ୍‌ କରିପାରିବେ। ଏହା ଦ୍ୱାରା ସୋଡେସ୍କୋ କାର୍ଡ ଗ୍ରହଣ କରୁଥିବା ଅନେକ ଗ୍ରୋସରି ଦୋକାନି, କିରାନା ଦୋକାନ, ରେସ୍ତୋରାଁ ଓ କାଫେ ଲାଭବାନ ହେବେ। ସୋଡେକ୍ସୋ ମିଲ୍‌ ପାସ୍‌କୁ ଜିଓମନି ଆପ୍‌ ସହିତ ଲିଙ୍କ୍‌ କରାଯାଇପାରିବ। ଏହି ସହଯୋଗିତା ଉଭୟ ପାଇଁ ପାଇଁ ଲାଭଦାୟକ ହେବ ବୋଲି ଜିଓମନିର ବ୍ୟବସାୟ ମୁଖ୍ୟ ଅନିର୍ବାନ ଏସ୍‌ ମୁଖାର୍ଜୀ ଓ ସୋଡେକ୍ସୋର ସିଇସ ଷ୍ଟେଫାନି ମିଚେଲିନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର