ଜୁଲାଇରେ ଓଡ଼ିଶାରେ ୩.୫୩ ଲକ୍ଷ ଗ୍ରାହକ ଯୋଗ କଲା ରିଲାଏନ୍ସ ଜିଓ: ଟ୍ରାଇ

ଭୁବନେଶ୍ୱର:  ମୋବାଇଲ ସେବା ପ୍ରଦାନକାରୀ ଭାବେ ଜୁଲାଇ ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକ ଯୋଡ଼ିଛି ବୋଲି ଭାରତୀୟ ଦୂର ସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜୁଲାଇ ୨୦୧୯ ପାଇଁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ରିଲାଏନ୍ସ ଜିଓ ଏହି ମାସରେ ୩.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଛି ଯାହା ଫଳରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧.୦୫ କୋଟିରେ ପହଂଚିଛି । ଅନ୍ୟତମ ଟେଲିକମ କଂପାନି ଭାବେ ବିଏସ୍ଏନ୍ଏଲ୍ ୨୦୧୯ ଜୁଲାଇ ମାସରେ ୭୫୦୪ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍ ଓ ଏୟାରଟେଲ୍ ୯୦ ହଜାରରୁ ଅଧିକ ଲେଖାଏଁ ଗ୍ରାହକ ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଜୁଲାଇରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧.୭୯ ଲକ୍ଷ ବୃଦ୍ଧି ପାଇ ୩.୨୯ କୋଟିରେ ପହଂଚିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ସବୁଠୁ ପସନ୍ଦଯୋଗ୍ୟ ସେବା ପ୍ରଦାନକାରୀ ହୋଇ ରହିଛି ଯାହା ୨୦୧୮-୧୯ର ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି ଏବଂ ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ଏହାର ଗ୍ରାହକ ସଂଖ୍ୟା ୨୦୧୯ ଜୁନରେ ୧ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲା ।

 

ସମ୍ବନ୍ଧିତ ଖବର