ଜିଓର ମାଗଣା ଭଏସ କଲ ଯୁଗ ଶେଷ ! ଅନ୍ୟ ନେଟଓ୍ଵାର୍କକୁ କଲ୍‌ କଲେ ମିନିଟ୍‌ ପିଛା ଦେବାକୁ ପଡ଼ିବ ୬ ପଇସା

ମୁମ୍ବାଇ : ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ । ଏଣକି ଅନ୍ୟ ନେଟଓ୍ଵାର୍କକୁ ଆଉଟଗୋଇଙ୍ଗ କଲ ପାଇଁ ଜିଓ ମିନିଟପିଛା ୬ ପଇସା ଆଦାୟ କରିବ । ଇଣ୍ଟରକନେକ୍ସନ ୟୁସେଜ୍‌ ଚାର୍ଜେସ ବାବଦରେ କମ୍ପାନି ଏହା ଆଦାୟ କରିବ । ତେବେ ପ୍ରିପେଡ ଗ୍ରାହକମାନେ ଏକ ଆଇୟୁସି ଟପ-ଅପ ଭାଉଚର ପକାଇ ନନ-ଜିଓ ମୋବାଇଲ ନମ୍ବର( ଏୟାରଟେଲ, ଭୋଡାଫୋନ-ଆଇଡିଆ, ବିଏସଏନଏଲ, ଏମଟିଏନଏଲ) କୁ ପୂର୍ବପରି ମାଗଣାରେ କଲ କରିପାରିବେ ।

ଏସବୁ ଟପ-ଅପ ଭାଉଚର ଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୨୦, ୫୦ ଓ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏସବୁ ଟପ-ଅପ ଭାଉଚର ଗୁଡ଼ିକ ମାଧ୍ୟମରେ ମାଗଣା ଡାଟା ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୋଷ୍ଟପେଡ ଗ୍ରାହକମାନେ ମିନିଟ ପିଛା ୬ ପଇସା ପ୍ରଦାନ କରିବେ । ଜିଓ ପରେ ଅନ୍ୟ ଅପରେଟରମାନେ ମଧ୍ୟ ସମାନ ବ୍ୟବସ୍ଥା ଆରମ୍ଭ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର