ମୁମ୍ବାଇ : ଗତବର୍ଷ ଲଞ୍ଚ୍ ହୋଇଥିବା ରିଲାଏନ୍ସେ ଜିଓ ତାହାର ଉପଭୋକ୍ତାଙ୍କ ଲାଗି ମାଗଣା ଅସୀମିତ କଲିଙ୍ଗ୍ ସେବା ଯୋଗାଉଛି। ତେବେ ମାଗଣାରେ ଅସୀମିତ କଲିଙ୍ଗ୍ ସେବା ଓ ଡ଼ାଟା ପ୍ୟାକ୍ର ସୁବିଧାକୁ ଯୋଗାଇ କଂପାନି ତା’ର ନିଜ ସହିତ ଗ୍ରାହକଙ୍କୁ ଯୋଡ଼ିବାରେ ମଧ୍ୟ ଲାଗିଛି। ଯଦି ମିଡ଼ିଆ ରିପୋର୍ଟକୁ ଗ୍ରହଣ କରାଯାଏ ତ, ତେବେ କଂପାନି ପକ୍ଷରୁ ଏହି ଅନ୍ଲିମିଟେଡ଼୍ ଡାଟା ସେବାକୁ କେତେକ କ୍ଷେତ୍ରରେ ସୀମିତ କରିବାକୁ ନିଷ୍ପତ୍ତି ନିଆ ଯାଇଥିବା ଜଣାପଡ଼ିଛି। ଅନ୍ୟ କଂପାନିଙ୍କ ଭଳି ଜିଓ ୩୦୦ ମିନିଟ୍ର ମାଗଣା କଲିଙ୍ଗ୍ ସେବାର ସୁବିଧା ଯୋଗାଇବ ବୋଲି ସୂଚନା ମିଳିଛି। ତେବେ ଏହା ସେହି ଗ୍ରାହକଙ୍କ ପାଇଁ ଲାଗୁ ହେବ, ଯେଉଁ ଗ୍ରାହକ ନିଜର ଜିଓ ନେଟ୍ଓ୍ଵର୍କକୁ ଭୁଲ୍ ଢ଼ଙ୍ଗରେ ବ୍ୟବହାର କରୁଛନ୍ତି।
ଏହା ମଧ୍ୟ ଶୁଣାଯାଉଛି କି କିଛି ଗ୍ରାହକ ଏହି ଅନ୍ଲିମିଟେଡ଼୍ କଲ୍ ଫିଚର୍ର ଭୁଲ୍ ଉପଯୋଗ କରୁଛନ୍ତି। ସେମାନେ ପ୍ରତ୍ୟେକ ଦିନ ୧୦ ଘଣ୍ଟାରୁ ବି ଅଧିକ ସମୟ କଲ୍ କରୁଛନ୍ତି। ପୁଣି ଏଥିରେ ମାର୍କେଟିଙ୍ଗ୍ ଏବଂ ପ୍ରମୋସ୍ନାଲ୍ କଲ୍କୁ ମଧ୍ୟ ସାମିଲ୍ କରୁଛନ୍ତି । ଏହି କାରଣକୁ ନେଇ ରିଲାଏନ୍ସ୍ସ ଜିଓ ମାଗଣା କଲିଂର ଭୁଲ୍ ଉପଯୋଗ କରୁଥିବା ଗ୍ରାହକଙ୍କ ସେବାକୁ ସୀମିତ କରିବାକୁ ଯାଉଛି। ବର୍ତ୍ତମାନ କମ୍ପାନି ପକ୍ଷରୁ ପ୍ରତ୍ୟେକ ଦିନ ହିସାବରେ ମାଗଣା କଲ୍ର ସୀମା ନିର୍ଦ୍ଧାରଣ କରିବାକୁ ଯାଉଛି।