ନୂଆଦିଲ୍ଲୀ : ଭାରତୀୟ ଟେଲିକମ୍ ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଏବଂ ୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ୍ (ଏମ୍ବିପିଏସ୍) ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ ସହିତ ସର୍ବାଗ୍ରେ ରହିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି ।
ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଜୁନ୍ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା । ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୫ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୫ ଏମ୍ବିପିଏସ୍ ରହିଥିବା ଏହି ତଥ୍ୟରୁ ଜଣାପଡିଛି । ତେବେ ହାରାହାରି ୪ଜି ଅପ୍ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ଜୁନ୍ ମାସରେ ସର୍ବାଧିକ ୬.୨ ଏମ୍ବିପିଏସ୍ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍ଲୋଡ ସ୍ପିଡ ୪.୮ ଏମ୍ବିପିଏସ୍ ଏବଂ ଏୟାରଟେଲର ୩.୯ ଏମ୍ବିପିଏସ୍ ରହିଥିଲା ।