ଡିସେମ୍ବର ମାସ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେ ସେକେଣ୍ଡ ପ୍ରତି ହାରାହାରି ୧୮.୭ ମେଗାଵିଟ ସ୍ପିଡ଼ ସହିତ ରିଲାଏନ୍ସ ଜିଓ ବିଗତ ୧୨ ମାସ ଧରି କ୍ରମାଗତ ଭାବରେ ପୁଣିଥରେ ପ୍ରଥମ ସ୍ଥାନରେ ରହିଛି । ଟ୍ରାଇ ଦ୍ୱାରା ମାଇଁ ସ୍ପିଡ଼ ୱେବସାଇଟରେ ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ ଡିସେମ୍ବର ମାସରେ ଭାରତୀ ଏୟାରଟେଲର ୪ଜି ନେଟୱର୍କରେ ହାରାହାରି ଡାଉନଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୯.୮ ମେଗାଵିଟ ରହିଥିବା ବେଳେ, ଭୋଡାଫୋନର ୪ଜି ନେଟୱର୍କରେ ଡାଉନଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୬.୩ ମେଗାଵିଟ ଏବଂ ଆଇଡ଼ିଆର ୪ଜି ନେଟୱର୍କରେ ଡାଉନଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୬ ମେଗାଵିଟ ରହିଥିଲା ।
ଉଲ୍ଲେଖଯୋଗ୍ୟଯେ ଭିଡ଼ିଓ ଦେଖିବା, ଇଣ୍ଟରନେଟ ବ୍ରାଉଜ଼ କରିବା, ଇ-ମେଲ ଆକ୍ସେସ ଇତ୍ୟାଦି ପାଇଁ ଡାଉନଲୋଡ ସ୍ପିଡ଼ ବେଶ ଗୁରୁତ୍ୱ ବହନ କରିଥାଏ । ତେବେ ଏହି ମାସରେ ୪ଜି ଅପଲୋଡ ସ୍ପିଡ଼ରେ ଆଇଡ଼ିଆ ସେକେଣ୍ଡ ପ୍ରତି ୫.୩ ମେଗାଵିଟ ସ୍ପିଡ଼ ସହିତ ଆଗରେ ରହିଥିବାବେଳେ ଭୋଡାଫୋନର ସେକେଣ୍ଡ ପ୍ରତି ୫.୧ ମେଗାଵିଟ ଓ ରିଲାଏନ୍ସ ଜିଓର ସେକେଣ୍ଡ ପ୍ରତି ୪.୩ ମେଗାଵିଟ ଅପଲୋଡ ସ୍ପିଡ଼ ରହିଥିଲା । ଏହି ଅବଧିରେ ଏୟାରଟେଲର ୪ଜି ଅପଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୩.୯ ମେଗାଵିଟ ରହିଥିଲା । ଉଭୟ ଜିଓ ଓ ଆଇଡ଼ିଆ ଯଥାକ୍ରମେ ଡାଉନଲୋଡ ଓ ଅପଲୋଡ ସ୍ପିଡ଼ରେ ବିଗତ କିଛିମାସ ଧରି ଅନ୍ୟ ସମସ୍ତ ଅପରେଟର ମାନଙ୍କଠାରୁ ଆଗୁଆ ରହିଆସିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/jio.jpg)