ଜାନୁୟାରିରେ ୪ଜି ଡାଉନଲୋଡ୍ ସ୍ପିଡ୍ ଚାର୍ଟରେ ଜିଓ ଶୀର୍ଷରେ, ଅପଲୋଡରେ ଭୋଡାଫୋନ୍

ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ  ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରି  ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବାଇଟ୍ (ଏମବିପିଏସ) ହାରାହାରି ଡାଉନଲୋଡ୍ ସ୍ପିଡ୍ ସହିତ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି | ଏହି ତଥ୍ୟ ଅନୁସାରେ ସର୍ବଭାରତୀୟସ୍ତରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓ ସର୍ବାଗ୍ରେ ରହିଥିବା ବେଳେ ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ଆଗରେ ରହିଛି |

ଜାନୁୟାରି ମାସ ପାଇଁ ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ ୨୦.୯ ଏମବିପିଏସ ରହିଥିବା ବେଳେ ଏହି ଅବଧିରେ ଭାରତୀ ଏୟାରଟେଲର ହାରାହାରି ଡାଉନଲୋଡ ସ୍ପିଡ଼ ୭.୯ ଏମବିପିଏସ , ଭୋଡାଫୋନର ୭.୬ ଏମବିପିଏସ ଏବଂ ଆଇଡ଼ିଆର ୬.୫ ଏମବିପିଏସ ରହିଥିଲା |

ଟ୍ରାଇ ଦ୍ୱାରା ଏହି ହାରାହାରି ସ୍ପିଡ୍ ଏହାର ମାଇଁ ସ୍ପିଡ଼ ପୋର୍ଟାଲରେ ବାସ୍ତବ ସମୟରେ ସର୍ବଭାରତୀୟ ସ୍ତରରେ ସଂଗୃହୀତ ତଥ୍ୟ ଆଧାରରେ ଆକଳିତ କରାଯାଇଥାଏ | ଯଦିଓ ଭୋଡାଫୋନ ଓ ଆଇଡ଼ିଆ ସେମାନଙ୍କ କମ୍ପାନୀର ମିଶ୍ରଣ କରିସାରିଛନ୍ତି ତେବେ ଉଭୟଙ୍କ ନେଟୱର୍କ ସମ୍ମିଶ୍ରଣ ପ୍ରକ୍ରିୟା ଜାରି ରହିଥିବାରୁ ଟ୍ରାଇ ସେମାନଙ୍କ ପ୍ରଦର୍ଶନକୁ ଭିନ୍ନଭାବେ ଆକଳିତ କରିଛି |

OST

ଜାନୁୟାରି ମାସରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ନେଇ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଭୋଡାଫୋନ ୬ ଏମବିପିଏସ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ସହିତ ଆଗରେ ରହିଥିବା ବେଳେ ଆଇଡ଼ିଆର ଏହି ଅବଧିରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ୫.୬ ଏମବିପିଏସ, ରିଲାଏନ୍ସ ଜିଓର ୪.୬ ଏମବିପିଏସ ଏବଂ ଏୟାରଟେଲର ୩.୮ ଏମବିପିଏସ ରହିଥିବା ଜଣାପଡିଛି |

ଟ୍ରାଇ ଦ୍ୱାରା ମାଇଁ ସ୍ପିଡ଼ ପୋର୍ଟାଲରେ ପ୍ରକାଶିତ ହାରାହାରି ୪ଜି ସ୍ପିଡ଼ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜାନୁୟାରି ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ରିଲାଏନ୍ସ ଜିଓ ୨୨.୭ ଏମବିପିଏସ ସ୍ପିଡ଼ ସହିତ ସର୍ବାଗ୍ରେ ରହିଥିବା ବେଳେ ଏହାପଛକୁ ଭୋଡାଫୋନ ୧୩.୭ ଏମବିପିଏସ, ଏୟାରଟେଲ ୧୧.୬ ଏମବିପିଏସ ଏବଂ ଆଇଡ଼ିଆ ୭ ଏମବିପିଏସ ରହିଥିବା ଜଣାପଡିଛି | ସେହିଭଳି ଏହି ମାସରେ ଓଡ଼ିଶାରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ୭.୯ ଏମବିପିଏସ ସହିତ ଆଗରେ ରହିଥିବା ବେଳେ ରିଲାଏନ୍ସ ଜିଓ ର ୫.୫ ଏମବିପିଏସ, ଆଇଡ଼ିଆର ୫.୩ ଏମବିପିଏସ ଏବଂ ଏୟାରଟେଲ ୪.୩ ଏମବିପିଏସ ରହିଥିବା ପ୍ରକାଶ ପାଇଛି |

ସମ୍ବନ୍ଧିତ ଖବର