ଭୁବନେଶ୍ୱର : କ୍ରମାଗତ ଭାବରେ ନୂତନ ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରହି ଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ଓଡ଼ିଶାରେ ୩ ଲକ୍ଷରୁ ଅଧିକ  ନୂତନ ଉପଭୋକ୍ତା ଯୋଗ କରିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ)ର ବୁଧବାର (୨ ଜାନୁୟାରୀ) ଆସିଥିବା ଉପଭୋକ୍ତା ତଥ୍ୟ ରିପୋର୍ଟରେ ପ୍ରକାଶ ପାଇଛି ।

Advertisment

ଅକ୍ଟୋବର ମାସରେ ରିଲାଏନ୍ସ ଜିଓ ୩.୧୧ ଲକ୍ଷ ନୂତନ ଉପଭୋକ୍ତା ସାଙ୍ଗକୁ କେବଳ ବିଏସଏନଏଲ ୫୦୦୦ ନୂତନ ଉପଭୋକ୍ତା ଯୋଗ କରିଥିବାବେଳେ, ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କର ଉପଭୋକ୍ତା ସଂଖ୍ୟାରେ ହ୍ରାସ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ଏହି ମାସରେ ଭୋଡାଫୋନ ଆଇଡ଼ିଆ ଓଡ଼ିଶାରେ ସର୍ବାଧିକ ୨.୮ ଲକ୍ଷ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୪୧୦୦୦ ଉପଭୋକ୍ତା ହରାଇଥିବା ଜଣାପଡିଛି  । ମୋଟ ଉପରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ  ସଂଖ୍ୟାରେ ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବରରେ ପ୍ରାୟ ୪୮୦୦୦ ହ୍ରାସ ଘଟି ଅକ୍ଟୋବର ୩୧ ସୁଦ୍ଧା ଏହା ୩,୩୦,୬୭,୫୨୮ ରେ  ପହଞ୍ଚିଛି ।

ସର୍ବଭାରତୀୟ ସ୍ତରରେ ରିଲାଏନ୍ସ ଜିଓ ନୂତନ ଉପଭୋକ୍ତା ଯୋଗକରିବାରେ  ନିଜର ଜୟଯାତ୍ରା ଜାରିରଖି ଅକ୍ଟୋବରରେ ଏକ କୋଟିରୁ ଉର୍ଧ୍ଵ ନୂତନ ଉପଭୋକ୍ତା ହାସଲ କରିଥିବାବେଳେ , ଏହି ଅବଧିରେ ବିଏସଏନଏଲ ୩.୬୬ ଲକ୍ଷ ନୂତନ ଉପଭୋକ୍ତା ଯୋଗ କରିଛି । ଅନ୍ୟମାନଙ୍କ ମଧ୍ୟରେ ଭୋଡାଫୋନ ଆଇଡ଼ିଆ, ଭାରତୀ ଏୟାରଟେଲ ଏବଂ ଏମଟିଏନଏଲ ମିଳିତ ଭାବରେ ଏହି ମାସରେ ଏକ କୋଟିରୁ ଉର୍ଧ୍ଵ ଗ୍ରାହକ ହରାଇଛନ୍ତି । ଟ୍ରାଇ ରିପୋର୍ଟ ଅନୁଯାୟୀ ୩୧ ଅକ୍ଟୋବର ୨୦୧୮ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ୭୪,୯୧,୬୯୨ ମୋବାଇଲ ଉପଭୋକ୍ତା ରହିଥିବାବେଳେ ଏୟାରଟେଲର ୧.୩୧.୫୨,୮୪୫ , ଭୋଡାଫୋନ ଆଇଡ଼ିଆର ୬୩,୦୩,୫୩୦ ଏବଂ ବିଏସଏନଏଲର ୫୫,୧୫,୫୧୯ ମୋବାଇଲ ଉପଭୋକ୍ତା ରହିଛନ୍ତି ।