ଜିଓର ଟ୍ରିପଲ୍‌ କ୍ୟାସ୍‌ବ୍ୟାକ୍‌ ଅଫର୍‌

ମୁମ୍ବାଇ: ରିଲାଏନ୍‌ସ ଜିଓ ପକ୍ଷରୁ ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ଅନେକ ପ୍ରକାର ଅଫର ଘୋଷଣା କରାଯାଇଛି। ସେଥିରେ ରହିଛି ଟ୍ରିପଲ୍‌ କ୍ୟାସ୍‌ବ୍ୟାକ୍‌ ଅଫର ସୁବିଧା ଯେଉଁଥିରେ ଗ୍ରାହକମାନେ ୩୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ କରି ୨୫୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇପାରିବେ। ଜିଓ ସହିତ ସହଯୋଗିତା କରିଥିବା ଓ୍ଵାଲେଟ୍‌ ଜରିଆରେ ୩୯୯ ଟଙ୍କା କିମ୍ବା ଅଧିକ ରିଚାର୍ଜ କଲେ ତତ୍କାଳ ୩୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ। ଅନ୍ୟ ଉପାୟରେ ରିଚାର୍ଜ କଲେ ୪୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବ। ଏହି ଅଫର ନଭେମ୍ବର ୧୦ରୁ ୨୫ ତାରିଖ ଭିତରେ ମିଳିବ। ତିନିଟି ବର୍ଗରେ କ୍ୟାସବ୍ୟାକ୍‌କୁ ବ୍ୟବହାର କରାଯାଇପାରିବ। ୪୦୦ ଟଙ୍କାର ଜିଓ କ୍ୟାସବ୍ୟାକ୍‌ ଭାଉଚର ମାଇଁଜିଓ ଆପ୍‌ରେ ମିଳିବ। ପାର୍ଟନର୍‌ ଓ୍ଵାଲେଟ୍‌ରେ ତତ୍କାଳ କ୍ୟାସ୍‌ବ୍ୟାକ୍‌ ମିଳିବ। ନଭେମ୍ବର ୨୦ ପରଠାରୁ ଇକମର୍ସ ଭାଉଚର୍‌ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର