ଜିଓର ୩୯୯ଟଙ୍କା ରିଚାର୍ଜରେ ମିଳିବ ୭୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଅଫରର ଘୋଷଣା କରିଛି। ଜିଓ ୩୯୯ଟଙ୍କାର ରିଚାର୍ଜ ଉପରେ ଏକ ସତନ୍ତ୍ର ଅଫର ଆରମ୍ଭ କରିଛି। ଏହି ଅଫର ଜରିଆରେ ୩୯୯ଟଙ୍କାର ରିଚାର୍ଜ କଲେ ୭୫ ପ୍ରତିଶତ ରିହାତି ମିଳିବ। ଏହି ରିଚାର୍ଜରେ ଜିଓ ବ୍ୟବହାରକାରୀ ୩୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇବେ। ଏହି ଅଫର କେବଳ ନୂତନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରହିଛି। ପୁରୁଣା ବ୍ୟବହାରକାରୀଙ୍କୁ ୧୨୪ଟଙ୍କାର କ୍ୟାସବ୍ୟାକ ମିଳିବ।

ମୋବିଉଇକ୍‌ରୁ ଜିଓର ନୂତନ ବ୍ୟବହାରକାରୀ ୩୯୯ଟଙ୍କାର ରିଚାର୍ଜ କଲେ ନ୍ୟୁଜିଓ କୋଡ ବ୍ୟବହାର କରିବା ଦ୍ୱାରା ୩୦୦ଟଙ୍କାର କ୍ୟାସବ୍ୟାକ୍‌ ଓ ପୁରୁଣା ବ୍ୟବହାରକାରୀ ଜିଓ୧୪୯ କୋଡ ଡାଏଲ କରିବା ଦ୍ୱାରା ୧୨୪ ଟଙ୍କା ମିଳିବ ବୋଲି ଜଣାପଡ଼ିଛି। ଆମାଜନ୍‌ ପେରେ ୩୯୯ଟଙ୍କାର ରିଚାର୍ଜ କରିବା ଦ୍ୱାରା ନୂତନ ଜିଓ ବ୍ୟବହାରକାରୀ ୯୯ଟଙ୍କା ଓ ପୁରୁଣା ବ୍ୟବହାରକାରୀ ୨୦ଟଙ୍କା କ୍ୟାସବ୍ୟାକ୍‌ ପାଇବେ।

ପେଟିଏମ୍‌ରୁ ଜିଓର ୩୯୯ଟଙ୍କା ରିଚାର୍ଜ କଲେ ନୂତନ ବ୍ୟବହାରକାରୀ ନ୍ୟୁଜିଓ କୋଡ ଡାଏଲ କରି ୫୦ ଟଙ୍କା ଓ ପୁରୁଣା ବ୍ୟବହାରକାରୀ ପେଟିଏମ୍‌ଜିଓ କୋଡ ଦେବା ଦ୍ୱାରା ୧୫ଟଙ୍କାର ଫେରସ୍ତ ପାଇବେ।

ଫ୍ଲିପ୍‌କାର୍ଟର ଫୋନରେ ରିଚାର୍ଜ କଲେ ନୂତନ ବ୍ୟବହାରକାରୀଙ୍କୁ ୭୫ଟଙ୍କା ଓ ପୁରୁଣା ବ୍ୟବହାରକାରୀଙ୍କୁ ୩୦ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ଏକ୍ସିସ୍‌ ପେରେ ରିଚାର୍ଜ କରିବା ଦ୍ୱାରା ଜିଓ ନୂତନ ବ୍ୟବହାରକାରୀ ୧୦୦ଟଙ୍କା ଓ ପୁରୁଣା ବ୍ୟବହାରକାରୀ ୩୫ଟଙ୍କା ଫେରି ପାଇବେ।

 

ସମ୍ବନ୍ଧିତ ଖବର