ରାୟଗଡ଼ା ଓ ବ୍ୟାସନଗରରେ ‘ଟ୍ରୁ-୫ଜି’ ଶୁଭାରମ୍ଭ କଲା ଜିଓ, ରାଜ୍ୟର ୧୯ ସହରରେ ପହଞ୍ଚିଲା ଏହି ସେବା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି ଯେଉଁଥିରେ ଓଡ଼ିଶାର ଦୁଇଟି ସହର (ରାୟଗଡ଼ା ଓ ଯାଜପୁର ଜିଲ୍ଲା ବ୍ୟାସନଗର) ସାମିଲ ରହିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର. ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ ୫-ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ଏବଂ ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଏହା ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଅତ୍ୟାଧୁନିକ ଟ୍ରୁ-୫ଜି ସେବାକୁ ପହଞ୍ଚାଇଛି।

ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଯଦିଓ ଜିଓ ପକ୍ଷରୁ ଦ୍ରୁତ ଗତିରେ ଅତ୍ୟାଧୁନିକ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ତେବେ ଶ୍ରେଷ୍ଠ ଗ୍ରାହକ ଅନୁଭୂତିକୁ ନିଶ୍ଚିତ କରିବା ଲାଗି ଏକ ସହରରେ ଟ୍ରୁ-୫ଜି ନେଟ୍‌ୱର୍କକୁ ବ୍ୟାପକ ଭାବେ ପ୍ରସ୍ତୁତ କରାଯିବା ପରେ ସେହି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଶତାଧିକ ସହରରେ ନିୟୁତାଧିକ ଗ୍ରାହକ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିସାରିଲେଣି ଏବଂ ସେମାନଙ୍କ ଉତ୍ସାହ ଏକ ବିଶ୍ୱସ୍ତରୀୟ ମାଇଲଖୁଂଟରେ ପରିଣତ ହୋଇସାରିଛି। ଗ୍ରାହକମାନଙ୍କ ଅନ୍ତର୍ଦୃଷ୍ଟି ଓ ମତାମତ ଜିଓ ପାଇଁ ଆଜିର ଦିନର ତଥା ଭବିଷ୍ୟତର ବିଶ୍ୱସ୍ତରର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ପ୍ରସ୍ତୁତ କରିବାରେ ସହାୟକ ହୋଇଛି।

ଏହି ଅବସରରେ ଜିଓର ମୁଖପାତ୍ର କହିଛନ୍ତି ଯେ, ‘ସାରା ଦେଶରେ ନିୟୁତାଧିକ ଗ୍ରାହକଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଗ୍ରହଣୀୟ ହେଉଥିବା ଜାଣି ଆମେ ଅତ୍ୟନ୍ତ ରୋମାଂଚିତ ଏବଂ ଆମର ବିଶ୍ୱାସ ରହିଛି ଯେ ଆମର ନେଟୱର୍କର ରୂପାନ୍ତରଣ ସୃଷ୍ଟିକାରୀ ଶକ୍ତି ବିବିଧ ଡିଜିଟାଲ୍ ଟଚ୍‌ପଏଂଟ୍ ଜରିଆରେ ସେମାନଙ୍କ ଜୀବନରେ ଉନ୍ନତି ଆଣିବ। ଜିଓ ପକ୍ଷରୁ ଟୁ-୫ଜିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି ଏବଂ ଯୋଜନା ଅନୁସାରେ ଦେଶର ଏକ ବଡ଼ ଭାଗରେ ଟ୍ରୁ-୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇସାରିଛି। ଦେଶର ଅଧିକାଂଶ ସ୍ଥାନରେ ପହଞ୍ଚାଇବା ଆମ ପାଇଁ ଗର୍ବର ବିଷୟ।

ସମ୍ବନ୍ଧିତ ଖବର