ଜିଓ ଘୋଷଣା କଲା ନୂଆ ପ୍ରିପେଡ୍‌ ପ୍ଲାନ : ୧୪୯ ଟଙ୍କାରେ ୨୮ ଦିନ ପାଇଁ ୨୮ ଜିବି ଡାଟା

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଦିନ ନିଜର ପ୍ରିପେଡ ଗ୍ରାହକମାନଙ୍କ ଲାଗି କେତେକ ନୂଆ ପ୍ଲାନ ଘୋଷଣା କରାଯାଇଛି । ଜିଓର େଓ୍ଵବସାଇଟ୍‌ରେ ଥିବା ସୂଚନା ଅନୁସାରେ ନୂଆ କରି ଲଞ୍ଚ୍‌ କରାଯାଇଥିବା ଏସବୁ ପ୍ରିପେଡ୍‌ ପ୍ଲାନ ଗୁଡ଼ିକର ମୂଲ୍ୟ ୧୪୯ ଟଙ୍କା, ୩୪୯ ଟଙ୍କା, ୩୯୯ ଟଙ୍କା ଓ ୪୪୯ ଟଙ୍କା ରଖାଯାଇଛି । ଏସବୁ ପ୍ରିପେଡ୍‌ ପ୍ଲାନଗୁଡ଼ିକ ଦିନକୁ ୧ ଜିବି ଲେଖାଏଁ ୪ଜି ଡାଟା ପ୍ରଦାନ କରୁଛି, ତେବେ ଏଗୁଡ଼ିକର ଭାଲିଡିଟି ଭିନ୍ନ ଭିନ୍ନ ପ୍ରକାରର ରହିଛି । ଉଦାହରଣସ୍ୱରୂପ, ୧୪୯ ଟଙ୍କିଆ ପ୍ଲାନରେ ୨୮ ଦିନ ପାଇଁ ୨୮ ଜିବି ୪ଜି ଡାଟା ଦିଆଯାଉଛି । ସେହପରି ୩୪୯ ଟଙ୍କିଆ ପ୍ଲାନରେ ୭୦ ଦିନ ପାଇଁ ୭୦ ଜିବି ୪ଜି ଡାଟା ଦିଆଯାଉଛି । ୩୯୯ ଟଙ୍କିଆ ପ୍ଲାନରେ ୮୪ ଦିନ ପାଇଁ ୮୪ ଜିବି ଡାଟା ଦିଆଯାଉଛି । ଅର୍ଥାତ୍‌ ଦିନକୁ ୧ ଜିବି ଡାଟା ୪୪୯ ଟଙ୍କିଆ ପ୍ଲାନରେ ୯୧ ଦିନ ପାଇଁ ଦିନକୁ ୧ ଜିବି ୪ଜି ଡାଟା ହିସାବରେ ମୋଟ ୯୧ ଜିବି ଡାଟା ଦିଆଯାଉଛି । ଏହା ସହିତ ଏସବୁ ସମସ୍ତ ପ୍ଲାନ ସହିତ ରହିଛି ଅନଲିମିଟେଡ୍‌ ଏସଟିଡି, ଲୋକାଲ କଲିଂ ସୁବିଧା, ଫ୍ରିରୋମିଂ , ବିଭିନ୍ନ ପ୍ରକାରର ଫ୍ରି ଜିଓ ଆପ୍‌ ଇତ୍ୟାଦି ।

ସେହିପରି ଜିଓ ପକ୍ଷରୁ ପୂର୍ବରୁ ପ୍ରଚଳିତ ୧୯୮ ଟଙ୍କା, ୩୯୮ ଟଙ୍କା, ୪୪୮ ଟଙ୍କା ଓ ୪୯୮ ଟଙ୍କିଆ ପ୍ରିପେଡ୍‌ ପ୍ଲାନଗୁଡିକରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏଗୁଡ଼ିକ ମାଧ୍ୟମରେ ଗ୍ରାହକମାନେ ଏବେ ଦିନକୁ ୧.୫ ଜିବି ୪ଜି ଡାଟା ପାଇପାରିବେ । ତେବେ ଏଗୁଡ଼ିକର ଭାଲିଡିଟି ଭିନ୍ନ ଭିନ୍ନ ପ୍ରକାରର ରହିଛି । ୧୯୮ ଟଙ୍କିଆ ପ୍ଲାନରେ ୨୮ ଦିନ ପାଇଁ ୪୨ ଜିବି ଡାଟା ଦିଆଯାଉଛି । ୩୯୮ ଟଙ୍କିଆ ପ୍ଲାନରେ ୭୦ ଦିନ ପାଇଁ ୧୦୫ ଜିବି ଓ ୪୪୮ ଟଙ୍କା ପ୍ଲାନରେ ୮୪ ଦିନ ପାଇଁ ୧୨୬ ଜିବି ୪ଜି ଡାଟା ଦିଆଯାଉଛି ।

ସମ୍ବନ୍ଧିତ ଖବର