ଜିଓ, ଭୋଡାଫୋନ୍‌, ବିଏସ୍‌ଏନ୍‌ଏଲ୍‌ ଓ ଏୟାରଟେଲର ୩୦୦ଟଙ୍କାରୁ କମ୍‌ ପୋଷ୍ଟପେଡ୍‌ ପ୍ଲାନ୍‌ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ନିଜର ପ୍ରିପେଡ୍‌ ଗ୍ରାହକଙ୍କ ସହିତ କମ୍ପାନି ନିଜର ପୋଷ୍ଟପ୍ରେଡ୍‌ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଅଫର ପ୍ଲାନ୍‌ କରୁଛି। ସମୟସମୟରେ ନିଜର ପୁରୁଣା ପ୍ଲାନ୍‌ରେ ପରିବର୍ତ୍ତନ କରି କମ୍ପାନି ଗ୍ରାହକଙ୍କୁ ଅତିରିକ୍ତ ଡାଟା ସହିତ ଅନ୍ୟ କେତେ ଅଫର ବି ଦେଉଛି। ନିକଟରେ ବିଏସ୍‌ଏନ୍‌ଏଲ୍‌ ୨୯୯ଟଙ୍କାର ନୂତନ ପ୍ଲାନ୍‌ ଲଞ୍ଚ କରିଥିଲା। ଆଜି ଆପଣଙ୍କୁ ଆମେ ଏୟାରଟେଲ, ଭୋଡାଫୋନ୍‌, ଜିଓ ଓ ବିଏସ୍‌ଏନ୍‌ଏଲ୍‌ର ୩୦୦ଟଙ୍କାରୁ କମ୍‌ ବେଷ୍ଟ ପୋଷ୍ଟପେଡ୍‌ ପ୍ଲାନ୍‌ରେ କ’ଣ ରହିଛି ସୁବିଧା ଆସନ୍ତୁ ଜାଣିବା।

ଅନ୍ୟ କମ୍ପାନିକୁ ଟକ୍କର ଦେବା ପାଇଁ ଟେଲିକମ୍‌ ସେକ୍ଟରର ସରକାରୀ କମ୍ପାନି ବିଏସ୍‌ଏନ୍‌ଏଲ୍‌ ନିକଟରେ ୨୯୯ର ନୂଆ ପୋଷ୍ଟପେଡ୍‌ ପ୍ଲାନ୍‌ ଲଞ୍ଚ କରିଥିଲା। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୩୧ଜିବି ଡାଟା ମିଳୁଛି। ଡାଟା ବ୍ୟତୀତ ବିଏସ୍‌ଏନ୍‌ଏଲ୍‌ ସପୋର୍ଟ ଥିବା ସର୍କଲସ୍‌ରେ କୌଣସି ବି ନେଟଓ୍ଵାର୍କରେ ଅନ୍‌ଲିମିଟେଡ୍‌ କଲ୍‌ (ମୁମ୍ବାଇ ଓ ଦିଲ୍ଲୀ ବ୍ୟତୀତ) ଓ ୧୦୦ ଏସ୍‌ଏମ୍‌ଏସ୍‌ ପ୍ରତିଦିନ ଗ୍ରାହକଙ୍କୁ ମିଳିବ। ଡାଟା ଲିମିଟ ଶେଷ ହେବା ପରେ ଇଣ୍ଟରନେଟ ସ୍ପିଡ୍‌ ୮୦କେବିପିଏସ୍‌ ହୋଇଯିବ।

ରିଲାଏନ୍ସ ଜିଓ ନିଜର ପୋଷ୍ଟପେଡ୍‌ ଗ୍ରାହକଙ୍କ ପାଇଁ ଗୋଟିଏ ପ୍ଲାନ୍‌ ରଖିଛି। ୧୯୯ ଟଙ୍କାର ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ମାଗଣା ପ୍ଲାନିଂ, ରୋମିଂ ଓ ମାଇ ଜିଓ ଆପ୍‌କୁ ସବ୍‌ସ୍କ୍ରିବସନ୍‌ ଭଳି ସୁବିଧା ମିଳିବ। ଏହି ପ୍ଲାନ୍‌ରେ ଗ୍ରାହକ ଭାରତର କୌଣସି ସ୍ଥାନକୁ ମାଗଣାରେ ଅସୀମିତ କଲ କରି ପାରିବେ। ଡାଟା କଥା କହିବାକୁ କଲେ ବ୍ୟବହାରକାରୀଙ୍କୁ ପ୍ରତି ମାସରେ ୨୫ ଜିବି ହାଇ ସ୍ପିଡ୍‌ ଡାଟା ଦିଆଯାଇଥାଏ। ଏଥିସହିତ ଗ୍ରାହକ ପ୍ରତିଦିନ ୧୦୦ଏସ୍‌ଏମ୍‌ଏସ୍‌ର ବି ଫଇଦା ଉଠାଇ ପାରିବେ। ଜିଓର ଟିଭି, ସିନେମା ଓ ମାଗାଜିନ୍‌ ଭଳି ଆପ୍‌ର ଫ୍ରି ସବସ୍କ୍ରିପସନ୍‌ରେ ମଧ୍ୟ ମିଳିଥାଏ।

ଭୋଡାଫୋନ୍‌ର ରେଡ ବେସିକ୍‌ ପୋଷ୍ଟପେଡ୍‌ ପ୍ଲାନ୍‌ରେ ଗ୍ରାହକଙ୍କୁ ୨୦ଜିବି ଡାଟା, ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂ, ଫ୍ରି ରୋମିଂ ଭଳି ସୁବିଧା ମିଳିଥାଏ। ଏହା ବ୍ୟତୀତ ୧୨ମାସ ପାଇଁ ଭୋଡାଫୋନ୍‌ ପ୍ଲେ ସବସ୍କ୍ରିପସନ୍‌ ଓ ୧୦୦ ଏସ୍‌ଏମ୍‌ଏସ୍‌/ପ୍ରତିଦିନ ମିଳିଥାଏ। ଏହି ପ୍ଲାନ୍‌ ଜରିଆରେ ଆପଣଙ୍କ ଡାଟାକୁ ୫୦ଜିବି ପର୍ଯ୍ୟନ୍ତ ରୋଲ ଓଭର କରି ପାରିବେ। କୌଣସି ମାସରେ ଯଦି ସମ୍ପୂର୍ଣ୍ଣ ଡାଟା ଖର୍ଚ୍ଚ ହୋଇ ନଥାଏ ତେବେ ତାହାକୁ ଆଗାମୀ ମାସରେ ବ୍ୟବହାର କରି ପାରିବେ।

ଏୟାରଟେଲ ୨୯୯ ଟଙ୍କାର ପୋଷ୍ଟପେଡ୍‌ ପ୍ଲାନ୍‌ରେ ବ୍ୟବହାରକାରୀ ୨୦ଜିବି ହାଇ ସ୍ପିଡ୍‌ ଡାଟା ପ୍ରତିମାସରେ ମିଳିଥାଏ। ଏହି ପ୍ଲାନ୍‌ରେ ରୋଲଓଭର ଲିମିଟ ୨୦୦ଜିବି ରହିଥାଏ। ଏହାବ୍ୟତୀତ ଗ୍ରାହକଙ୍କୁ ଏହି ପ୍ଲାନ୍‌ ଜରିଆରେ ଅସୀମିତ ଲୋକାଲ, ଏସ୍‌ଟିଡି ଓ ରୋମିଂ କଲ୍‌ ମିଳିଥାଏ। କଲ୍‌ ଓ ଡାଟା ବ୍ୟତୀତ ଗ୍ରାହକଙ୍କୁ ପ୍ରତିଦିନ ୧୦୦ଏସ୍‌ଏମ୍‌ଏସ୍‌ ବ୍ୟବହାର କରିବାର ସୁବିଧା ମିଳିବ।

ସମ୍ବନ୍ଧିତ ଖବର