ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ଡାଟା ଭାଉଚରରେ ଅଧିକ ସୁବିଧା ଆଣିଲା ଜିଓ

ଭୁବନେଶ୍ୱର: ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ସମୟରେ ମୋବାଇଲ୍ ଡାଟା ବ୍ୟବହାରକାରୀଙ୍କୁ ସାହାଯ୍ୟ କରିବାର ପ୍ରତିବଦ୍ଧତା ନେଇ ଜିଓ ପକ୍ଷରୁ ୪ଜି ଡାଟା ଭାଉଚରରେ ଗ୍ରାହକମାନଙ୍କୁ ମିଳୁଥିବା ଲାଭରେ ଦୁଇ ଗୁଣା ବୃଦ୍ଧି କରାଯାଇଛି । ଏହି ଭାଉଚର ଗୁଡ଼ିକରେ ମିଳୁଥିବା ଡାଟା ପରିମାଣକୁ ଦ୍ୱିଗୁଣିତ କରାଯାଇଥିବା ବେଳେ ଅତିରିକ୍ତ ଅଣ-ଜିଓ ଟକ୍ ଟାଇମ୍ ସୁବିଧା ଯୋଗ କରାଯାଇଛି ।
ଅପଗ୍ରେଡ୍ କରାଯିବା ପରେ ଜିଓର ୧୧ଟଙ୍କା, ୨୧ଟଙ୍କା, ୫୧ଟଙ୍କା ଓ ୧୦୧ଟଙ୍କାର ଡାଟା ଭାଉଚରରେ ଏବେ ଯଥାକ୍ରମେ ୮୦୦ଏମବି, ୨ ଜିବି, ୬ ଜିବି ଓ ୧୨ ଜିବିର ହାଇ ସ୍ପିଡ୍ ଡାଟା ମିଳିବ । ଏହି ଭାଉଚର ଗୁଡ଼ିକରେ ଅଣ ଜିଓ ନମ୍ବରକୁ କଲ୍ କରିବା ଲାଗି ଅତିରିକ୍ତ ଟକ୍ ଟାଇମ୍ ଯୋଗ କରାଯାଇଛି । ଏହି ଚାରିଟି ଭାଉଚରରେ ଅଣ ଜିଓ ନମ୍ବରକୁ କଲ୍ କରିବା ଲାଗି ଯଥାକ୍ରମେ ୭୫, ୨୦୦, ୫୦୦ ଓ ୧୦୦୦ ମିନିଟରେ ଅତିରିକ୍ତ ଟକ୍ ଟାଇମ୍ ପ୍ରଦାନ କରାଯାଉଛି ।

Image result for jio-will-give-more-data
Gizbot

ବ୍ୟବସାୟିକ ସଂସ୍ଥାଗୁଡ଼ିକ ସେମାନଙ୍କ କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବା ଲାଗି ଉତ୍ସାହିତ କରୁଥିବା ବେଳେ ପ୍ରଯୁକ୍ତି ଜରିଆରେ ସମ୍ପର୍କରେ ରହି ଆଲୋଚନା କରିବା ଏବଂ ଆମୋଦପ୍ରମୋଦ ଲାଗି ପରିବାରଗୁଡ଼ିକର ଡାଟା ଆବଶ୍ୟକତା ବଢ଼ିଯାଇଛି । ଜିଓ ଏହାର ୪ଜି ଡାଟା ଭାଉଚରକୁ ଅପଗ୍ରେଡ୍ କରି ବ୍ୟବହାରକାରୀମାନଙ୍କୁ ସହାୟତା ପ୍ରଦାନ କରୁଛି ଏବଂ ଭାରତୀୟମାନେ ଯେଭଳି ନିରବଚ୍ଛିନ ଭାବେ ପର୍ଯ୍ୟାପ୍ତ ପରିମାଣର ଏବଂ ସୁଲଭ ମୂଲ୍ୟର ଡାଟା ଜରିଆରେ ନିଜର ଯୋଗାଯୋଗ (କନେକ୍ଟିଭିଟି) ଆବଶ୍ୟକତାକୁ ପୂରଣ କରିପାରିବେ ତାହାକୁ ନିଶ୍ଚିତ କରୁଛି ।

ସମ୍ବନ୍ଧିତ ଖବର