ଭୁବନେଶ୍ୱର: ଦେଶବ୍ୟାପୀ ଲକଡାଉନ ଯୋଗୁଁ ସାଧାରଣ ଲୋକଙ୍କ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଘରୁ କାମ କରୁଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍ ଆରମ୍ଭ ହୋଇଛି । ଏସବୁ ସୁବିଧାରେ ହେବା ପାଇଁ ଆବଶ୍ୟକ ହେଉଛି ଭରସାଯୋଗ୍ୟ ଇଣ୍ଟରନେଟ୍ ସଂଯୋଗ ଏବଂ ସୁଲଭ ମୋବାଇଲ୍ ଓ ହାଇ ସ୍ପିଡ୍ ବ୍ରଡ଼ବ୍ୟାଣ୍ଡ ଡାଟା ।
Sambad is now on WhatsApp
Join and get latest news updates delivered to you via WhatsApp
ସଙ୍କଟ ସମୟରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ଼ବ୍ୟାଣ୍ଡ ଡାଟା ଯୋଗାଇଦେବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇ ଜିଓ ଫାଇବର୍ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରେ ଓଡିଶାର ବିଭିନ୍ନ ସହରର ପ୍ରମୁଖ ଅଞ୍ଚଳ ଗୁଡିକରେ ଜିଓ ଫାଇବର୍ ସେବା ସଂପ୍ରସାରଣ ସମେତ ଲକଡାଉନ ଭଳି କଠିନ ସମୟରେ ମଧ୍ୟ ନୂଆ ସଂଯୋଗ ଇନଷ୍ଟଲେସନ ଓ ତୁରନ୍ତ ବୈଷୟିକ ସେବା ପ୍ରଦାନ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ସୁବିଧା ପାଇଁ ଜିଓ ଫାଇବର୍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବଲାଙ୍ଗୀର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହୋଇଛି ।
ଏଥିସହିତ ଲକଡାଉନ ସମୟରେ ଉପଭୋକ୍ତାଙ୍କ ଅଧିକ ଡାଟା ବ୍ୟବହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଫାଇବର୍ ପକ୍ଷରୁ ବର୍ତ୍ତମାନର ସମସ୍ତ ଜିଓ ଫାଇବର୍ ଗ୍ରାହକଙ୍କୁ ସବୁ ପ୍ଲାନରେ ଦୁଇଗୁଣ ଡାଟା ପ୍ରଦାନ କରାଯାଉଛି । ଏ ସମ୍ପର୍କରେ ଜିଓ ପକ୍ଷରୁ ମାଇଁ ଜିଓ ଆପ୍ ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ପର୍ଯ୍ୟାୟକ୍ରମେ ବିଭିନ୍ନ ସହରରେ ଆରମ୍ଭ ହୋଇଥିବା ଜିଓ ଫାଇବର୍ ସେବା ଏବେ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୂର ଏବଂ ବଲାଙ୍ଗୀର ସହରରେ ଉପଲବ୍ଧ ହୋଇଥିବା ବେଳେ ଅନ୍ୟ ପ୍ରମୁଖ ସହରକୁ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ଘରକୁ ଘର ଜିଓ ଫାଇବର୍ ସଂଯୋଗ ସହିତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ତଥା ଉଦ୍ୟୋଗ ଏବଂ ବୃହତ୍ ସଂସ୍ଥା ଓ ବ୍ୟବସାୟଗୁଡିକୁ ଜିଓ ଫାଇବର୍ ସେବା ପ୍ରଦାନ କରୁଛି । ସେହିଭଳି ମୋବାଇଲ୍ ଡାଟା ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଜିଓ ପକ୍ଷରୁ ଏହାର ସମସ୍ତ ଡାଟା ଆଡ୍-ଅନ୍ ଭାଉଚର୍ ଗୁଡିକରେ ଦୁଇଗୁଣ ଡାଟା ଏବଂ ଅତିରିକ୍ତ ଅଣ ଜିଓ ଟକ୍ଟାଇମ୍ ପ୍ରଦାନ କରାଯାଉଛି ।
ଭୁବନେଶ୍ୱରରେ ଜିଓ ଫାଇବର୍ ସେବା ଉପଲବ୍ଧ ହୋଇଥିବା ଅଂଚଳ ଗୁଡିକ ମଧ୍ୟରେ ରହିଛି ଆଇଆରସି ଭିଲେଜ୍, ଜୟଦେବ ବିହାର, ମୈତ୍ରୀ ବିହାର, ନୀଳାଦ୍ରୀ ବିହାରର ଡିଷ୍ଟ୍ରିକ୍ଟ ସେଣ୍ଟର, ପ୍ରାଚୀ ଏନ୍କ୍ଲେଭ୍ ଓ ନିକଟବର୍ତ୍ତୀ ଅଂଚଳ, କିଟ୍ ଅଂଚଳରେ ଆର୍ଯ୍ୟପଲ୍ଲୀ, ପ୍ରଶାନ୍ତି ବିହାର ଓ ସମ୍ପର୍କ ନଗର, ଓୟୁଏଟି – ସୂର୍ଯ୍ୟନଗର, ୟୁନିଟ୍ ୬, ୟୁନିଟ୍ ୯, ୟୁନିଟ୍ ୩, ଖାରବେଳ ନଗର, ମାଷ୍ଟର କ୍ୟାଣ୍ଟିନ୍, ବରମୁଣ୍ଡା ହାଉସିଙ୍ଗ୍ ବୋର୍ଡ ଅଂଚଳର ଜଗନ୍ନାଥ ବିହାର, ବ୍ରହ୍ମେଶ୍ୱର ପାଟଣା – ଶିବ ନଗର, ଡୁମୁଡୁମା ଏବଂ ସହିଦ୍ ନଗରର ପ୍ରମୁଖ ଅଂଶ । ଏଥି ସହିତ ଖଣ୍ଡଗିରି – ଡୁମୁଡୁମା ଅଂଚଳରେ କସ୍ମୋପଲିସ୍, ଡିଏନ୍ ଅକ୍ସି ପାର୍କ, ଆର୍ଯ୍ୟ ଭିଲ୍ଲା, ପଞ୍ଚଶଖା ନଗର ଓ ଆମ୍ରି ହସ୍ପିଟାଲ୍ ନିକଟସ୍ଥ ସତ୍ୟସାଇ ଏନ୍ କ୍ଲେଭ୍ ଭଳି ରାଜଧାନୀର ପ୍ରମୁଖ ଆପାର୍ଟମେଣ୍ଟ୍ ଓ ସୋସାଇଟିରେ ମଧ୍ୟ ଜିଓ ଫାଇବା ଉପଲବ୍ଧ ହୋଇ ଲୋକମାନଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବାରେ ସହାୟକ ହୋଇଛି ।
ସେହିଭଳି କଟକର ସିଡିଏ ସେକ୍ଟର ୬ ଓ ସେକ୍ଟର ୯, ଜୋବ୍ରା, ନିମଚୌଡି, ଦରଘାବଜାର, ସେଲ୍ଟର କଲୋନୀ ଓ ବାଲିପାଟଣା ଅଂଚଳରେ ଜିଓ ଫାଇବର୍ ସେବା ଏବେ ଉପଲବ୍ଧ ହୋଇଛି । ରାଉର୍କେଲାର ସିଭିଲ୍ ଟାଉନ୍ସିପ୍, କୋଏଲ୍ ନଗର, ଛେଣ୍ଡ୍, ଜଗଡା ଓ ବାସନ୍ତି କଲୋନୀରେ ଜିଓ ଫାଇବର ସେବା ଆରମ୍ଭ ହୋଇଥିବା ବେଳେ ସମ୍ବଲପୁରର ବୁଢାରାଜା ଓ ଦାନିପାଲ୍ଲୀରେ ଏହା ଉପଲବ୍ଧ ହୋଇଛି । ବଲାଙ୍ଗୀର ସହରରେ ପ୍ୟାଲେସ୍ ଲେନ୍ରେ ଜିଓ ଫାଇବର୍ ସେବା ଆରମ୍ଭ ହୋଇଥିବା ବେଳେ ଅନ୍ୟ ଅଂଚଳକୁ ସଂପ୍ରସାରଣ ଜାରି ରହିଛି ।