ଦେଶବ୍ୟାପୀ ୧୬୦୦ ସହରରେ ଆରମ୍ଭ ହେଲା ଜିଓଫାଇବର ସେବା, ମାସିକ ପ୍ଲାନ ୬୯୯ ଟଙ୍କାରୁ ଆରମ୍ଭ

ମୁମ୍ବାଇ : ରିଲାଏନ୍ସ ଜିଓ ପକ୍ଷରୁ ବହୁପ୍ରତୀକ୍ଷିତ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର ଆଜିଠାରୁ ଦେଶବ୍ୟାପୀ ୧୬୦୦ ସହରରେ ଆରମ୍ଭ କରାଯାଇଛି । ଏହି ସେବା ମାଧ୍ୟମରେ ଜିଓ ୧୦୦ ଏମବିପିଏସରୁ ୧ ଜିବିପିଏସ ସ୍ପିଡରେ ଇଣ୍ଟରନେଟ ସେବା ଯୋଗାଇଦେଉଛି । ଆଜି ମଧ୍ୟ କମ୍ପାନି ପକ୍ଷରୁ ଜିଓ ଫାଇବର ସେବାର ବିଭିନ୍ନ ପ୍ଲାନ ଘୋଷଣା କରାଯାଇଛି । ମାସିକ ପ୍ଲାନ ୬୯୯ ଟଙ୍କାରୁ ୮୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି । କମ୍ପାନି ପକ୍ଷରୁ ୬ଟି ମାସିକ ପ୍ଲାନ ଓ ୩ଟି ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି । ଏହା ସହିତ ମାସିକ କିସ୍ତି ବ୍ୟବସ୍ଥା ମଧ୍ୟ ରହିଛି । ଜିଓ ଫାଇବର ଗୋଲ୍ଡ ପ୍ଲାନରେ ସେଟଟପ ବକ୍ସ ସହିତ ଏକ ଟିଭି ଦିଆଯାଉଛି ।
ଗତ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ ଅବସରରେ ଜିଓଫାଇବର ଲଞ୍ଚ୍‌ ହେବା ସଂପର୍କରେ ଘୋଷଣା କରାଯାଇଥିଲା । ଜିଓଫାଇବର ସେବା ଆରମ୍ଭ କରିବା ପରେ ଭାରତରେ ଇଣ୍ଟରନେଟ ସେବା କ୍ଷେତ୍ରରେ ମଧ୍ୟ ଏକ ବଡ଼ ବିପ୍ଲବ ଆସିବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର