ଭୁବନେଶ୍ୱର : ରିଲାଏନ୍ସର ବହୁପ୍ରତୀକ୍ଷିତ ଅପଟିକାଲ ଫାଇବର ଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ଜିଓଗିଗାଫାଇବର ପାଇଁ ଆଜିଠାରୁ ପଂଜୀକରଣ ଆରମ୍ଭ ହୋଇଛି । ଗ୍ରାହକମାନେ ଜିଓର ଅଫିସିଆଲ ସାଇଟ jio.com କୁ ଯାଇ ପଂଜୀକରଣ କରିପାରିବେ । ଏହି ସାଇଟକୁ ଯିବା ପରେ ହୋମପେଜରେ ‘ଇନଭାଇଟ୍ ଜିଓଗିଗାଫାଇବର’ ଉପରେ କ୍ଲିକ କଲେ ଆଉ ଏକ ଓ୍ଵିଣ୍ଡୋ ଖୋଲିବ । ସେଠାରେ ନିଜର ନାମ, ଫୋନ ନମ୍ବର ଓ ଅଂଚଳ ଲେଖିଲେ ପଂଜୀକରଣ ହୋଇଯିବ । ତେବେ ଏହି ସେବା କେବେ ଆରମ୍ଭ ହେବ ସେ ସମ୍ପର୍କରେ କମ୍ପାନି ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ଆହୁରି ମଧ୍ୟ ଗୋଟିଏ ଅଞ୍ଚଳରେ ଅଧିକ ସଂଖ୍ୟକ ପଂଜୀକରଣ ହେଲେ ସେ ସ୍ଥାନରେ ଶୀଘ୍ର ସେବା ଆରମ୍ଭ କରାଯିବ । ଦେଶବ୍ୟାପୀ ପ୍ରାୟ ୧୧୦୦ ସହରରେ ଏହି ସେବା ଆରମ୍ଭ କରାଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜୁଲାଇ ୫ ରେ ଅନୁଷ୍ଠିତ ରିଲାଏନ୍ସର ବାର୍ଷିକ ସାଧାରଣ ବୈଠକରେ କମ୍ପନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ବ୍ରଡବ୍ୟାଣ୍ଡ ସେବା ଜିଓଗିଗାଫାଇବର ସଂପର୍କରେ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏବେ ଆମେ ଘର, ବ୍ୟବସାୟୀ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଓ ବୃହତ୍ ଉଦ୍ୟୋଗ ସବୁକୁ ଫାଇବର୍ ସଂଯୋଗ ଯୋଗାଇ ଦେବା ସଂଗେ ସଂଗେ ୧୧୦୦ ସହରରେ ସବୁଠୁ ଉନ୍ନତ ଫାଇବର୍ ଆଧାରିତ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ମଧ୍ୟ ଯୋଗାଇବୁ। ବ୍ରଡ୍ବ୍ୟାଣ୍ଡ୍ ସେବା ନିମନ୍ତେ ଏହାକୁ ହେଉଛି ବିଶ୍ୱର ସବୁଠୁ ବଡ଼ ଗ୍ରିନ୍ଫିଲ୍ଡ୍ ଲଞ୍ଚ୍ କୁହାଯାଉଛି।