କିଛି ମିନିଟ ମଧ୍ୟରେ ତେଜରାତି ସାମଗ୍ରୀ ଘରକୁ ପହଞ୍ଚାଇବା ଲକ୍ଷ୍ୟ ରଖିଛି ମୁକେଶ ଆମ୍ବାନିଙ୍କ କମ୍ପାନି

ନୂଆଦିଲ୍ଲୀ: ଦେଶରେ କିଛିମିନିଟ ମଧ୍ୟରେ ତେଜରାତି ସାମଗ୍ରୀ କିପରି ଲୋକଙ୍କ ଘରେ ପହଞ୍ଚିବ ସେ ନେଇ କମ୍ପାନିମାନେ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବି ଜିଓମାର୍ଟ ପ୍ଲାଟଫର୍ମ ଜରିଆରେ ସାମିଲ ହୋଇଛି। କମ୍ପାନି ଏହି ସେବାକୁ ‘ଜିଓମାର୍ଟ ଏକ୍ସପ୍ରେସ’ନାମ ଦେଇଛି। କମ୍ପାନିର ଏହି ସେବା ଜରିଆରେ କିଛିଘଣ୍ଟା ଭିତରେ ତେଜରାତି ସାମଗ୍ରୀ ‌‌ଲୋକଙ୍କ ଘରେ ଡେଲିଭରି ହେବ।

କମ୍ପାନି ଆଗାମୀ ୨-୪ଦିନରେ ଟ୍ରାଏଲ ଭାବେ ଏହି ସେବାକୁ ଆରମ୍ଭ କରିବାକୁ ଯାଉଛି। ଏହି ସେବାର ଆରମ୍ଭ ନବି ମୁମ୍ବାଇରୁ ହେବ।

ପ୍ରକାଶିତ ରିପୋର୍ଟ ମୁତାବକ, ଜିଓ ମାର୍ଟ ଆଗାମୀ ତିନିମାସ ମଧ୍ୟରେ ଏହି ସେବାକୁ ୨୦୦ସହରରେ ବିସ୍ତାର କରିବାର ଲକ୍ଷ୍ୟ ରଖିଛି। କମ୍ପାନି ବି୨ବି କାର୍ଯ୍ୟକ୍ରମ ଜରିଆରେ ଲକ୍ଷାଧିକ ତେଜରାତି ଷ୍ଟୋର୍ସକୁ ନିଜର ଜିଓମାର୍ଟ ପାଟନର କରିଛି। ଏହି ତେଜରାତି ଷ୍ଟୋର୍ସ ଜରିଆରେ ଜିଓମାର୍ଟ ଏକ୍ସପ୍ରେସ ସେବାକୁ ବି ବିସ୍ତାର କରାଯିବ। ଏଥିସହିତ କମ୍ପାନି ଡେଲିଭରି ନେଟୱାର୍କର ବି ବ୍ୟବହାର କରିବ।

ଜିଓମାର୍ଟ ପୂର୍ବରୁ ଅନେକ କମ୍ପାନି ତେଜରାତିର ଇନଷ୍ଟାଣ୍ଟ ଡେଲିଭରି ଆରମ୍ଭ କରିଛନ୍ତି। ନିକଟରେ ଜୋମାଟୋ ୧୦ମିନିଟରେ ଫୁଡ଼ ଡେଲିଭରି ଆରମ୍ଭ କରିଛି। ପ୍ରକାଶିତ ରିପୋର୍ଟ ମୁତାବକ, ନବି ମୁମ୍ବାଇରେ ପାଇଲଟ ଅଭିଯାନ ଆଧାରରେ ୧ରୁ୩ଘଣ୍ଟା ମଧ୍ୟରେ ସାମଗ୍ରୀ ଡେଲିଭରି କରାଯିବ। ଏହାପରେ କମ୍ପାନିର ଲକ୍ଷ୍ୟ ରହିଛି କି ଡେଲିଭରି ସମୟ ହ୍ରାସ କରି ୪୫ମିନିଟରୁ ଏକ ଘଣ୍ଟା କରିବ।

ସମ୍ବନ୍ଧିତ ଖବର