ଏଣିକି ବନ୍ଦ ହୋଇଯିବ କି ଜିଓର ଏହି ମାଗଣା ସେବା !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କୁ ୫ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ଜିବି ମାଗଣା ଡାଟା ଦେବାକୁ ଘୋଷଣା କରିଥିଲା ବେଳେ ଏବେ କମ୍ପାନି ଜୋର କା ଝଟକା ଧୀର ଦେବାକୁ ପ୍ରସ୍ତୁତ ହେଉଛି। ରିଲାଏନ୍ସ ଜିଓ ଗ୍ରାହକଙ୍କୁ ମାଗଣା ଡାଟା, ମାଗଣା କଲିଂ ଓ ମାଗଣା ଆପ୍‌ର ସବସ୍କ୍ରିପସନ୍‌ ଦେଉଥିବା ପାଇଁ ପରିଚିତ। କିନ୍ତୁ କମ୍ପାନି ନିଜର ଗ୍ରାହକଙ୍କୁ ଏକ ଝଟକା ଦେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ଏଯାବତ୍‌ ଗ୍ରାହକ ଜିଓର ଯେଉଁ ସେବାଗୁଡ଼ିକ ମାଗଣାରେ ଉଠାଇଉଥିଲେ ସେଥିପାଇଁ ଚାର୍ଜ ଦେବାକୁ ପଡ଼ିବ।

କମ୍ପାନି ଏଯାବତ୍‌ ଗୋଟିଏ ହିଁ ପ୍ଲାନରେ ଜିଓ ଟିଭି, ଜିଓ ମ୍ୟୁଜିକ୍‌, ଜିଓ ସିନେମା ଭଳି ଆପର ମାଗଣା ସବସ୍କ୍ରିପସନ ଦେଇ ଆସୁଥିଲା, ହେଲେ   ନିଜର ମାଗଣା ଆପଗୁଡିକ ଭିତରୁ ଜିଓ ମ୍ୟୁଜିକକୁ ହଟାଇବାକୁ ଯାଉଛି । ଜିଓ ମ୍ୟୁଜିକର ନାମ ବଦଳାଇ ଜିଓସାବନ କରାଯିବ । ଯାହାକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡିବ ।

ଜିଓ ରିପୋର୍ଟ ଅନୁସାରେ, ଆରମ୍ଭର ୯୦ ଦିନ ପର୍ଯ୍ୟନ୍ତ କମ୍ପାନି ମାଗଣାରେ ଜିଓସାବନ ଆପର ସବସକ୍ରିପସନ ଦେବ ଏବଂ ପରେ ଏଥିପାଇଁ ଚାର୍ଜ ଦେବାକୁ ପଡ଼ିବ। ଜିଓସାବନ ଆପ ଲଞ୍ଚ ହେବାର ସୂଚନା ସାବନ ଆପ ତରଫରୁ ଦିଆଯାଇଛି । ତେବେ କମ୍ପାନି ପକ୍ଷରୁ ଏସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଜିଓ ନିଜର ମ୍ୟୁଜିକ ଆପ ପାଇଁ ଟଙ୍କା ନିଏ ତେବେ ଆପଣଙ୍କୁ ଭିଡିଓ ଏବଂ ଗୀତ ଡାଉନଲୋଡ କରିବାର ବିକଳ୍ପ ମିଳିବା ସହିତ ଆପଣଙ୍କୁ ବିଜ୍ଞାପନରୁ ମଧ୍ୟ ମୁକ୍ତି ମିଳିବ।

ସମ୍ବନ୍ଧିତ ଖବର