ଭୁବନେଶ୍ୱର : ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଜିଓଫୋନ-୨ ସଂପର୍କରେ ଘୋଷଣା କରାଯାଇଛି । କମ୍ପାନି ପକ୍ଷରୁ ପୂର୍ବରୁ ଲଞ୍ଚ୍ କରାଯାଇଥିବା ଜିଓଫୋନ-୧ ଦେଶରେ ବେଶ ଲୋକପ୍ରିୟ ହୋଇଥିଲା । ଗତ ବର୍ଷ ପ୍ରାୟ ୨୫ ନିୟୁତ ଜିଓଫୋନ-୧ ବିକ୍ରି ହୋଇଥିଲା । ନୂଆ ଜିଓଫୋନ-୨ ଘୋଷଣା କରି କମ୍ପାନି ନିଜର ପୂର୍ବ ରେକର୍ଡକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି । ନୂଆ ଜିଓଫୋନ-୨ର ମୂଲ୍ୟ ରହିଛି ୨୯୯୯ ଟଙ୍କା । କିନ୍ତୁ କମ୍ପାନି ପକ୍ଷରୁ ଘୋଷଣା ହୋଇଥିବା ମନସୁନ ହଙ୍ଗାମା ଅଫର ମାଧ୍ୟମରେ ଗ୍ରାହକମାନେ ନିଜର ଜିଓଫୋନ-୧କୁ ବଦଳାଇ ମାତ୍ର ୫୦୧ ଟଙ୍କାରେ ଜିଓଫୋନ-୨ ନେଇପାରିବେ । ଜୁଲାଇ ୨୧ରୁ ଏହି ଅଫର ପାଇଁ ପଂଜୀକରଣ ଆରମ୍ଭ ହେବ । ଅଗଷ୍ଟ ୧୫ରେ ଏହି ଫୋନର ଡେଲିଭରୀ ଆରମ୍ଭ ହେବ ।
/sambad/media/post_attachments/wp-content/uploads/2018/06/reliance-jio-mukesh-ambani-screengrab-300x186.jpg)
ଜିଓଫୋନ-୨ଟି ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୨ ରେ ୫୧୨ ଏମବି ର୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ । ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/jio-phone.jpg)