ନୂଆ ମୋଟୋରୋଲା ରେଜର ଫୋନ ସହ ଉପଲବ୍ଧ ହେଲା ଜିଓର ଇ-ସିମ୍ ସେବା

ଭୁବନେଶ୍ୱର: ନିକଟରେ ଶୁଭାରମ୍ଭ ହୋଇଥିବା ଦୁନିଆର ପ୍ରଥମ କ୍ଳେମଶେଲ ଷ୍ଟାଇଲର ଫୋଲଡିଂ ଡ଼ିସପ୍ଲେ ରହିଥିବା ସ୍ମାର୍ଟଫୋନ ମୋଟୋରୋଲା ରେଜର ଫୋନରେ ଇ-ସିମ ସେଵା ପ୍ରଦାନ କରିବା ନେଇ ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଜିଓର ଇ-ସିମ ସେଵା ବଳରେ ମୋଟୋରୋଲା ରେଜର ଫୋନ ବ୍ୟବହାରକାରୀମାନେ ବିନା କୌଣସି ବାସ୍ତବ ସିମରେ ଜିଓ ନେଟୱର୍କରେ କଲ, ଡାଟା ଏବଂ ଆପ୍ଲିକେସନଗୁଡିକର ବ୍ୟବହାର କରିପାରିବେ। ଜିଓର ସମସ୍ତ ପ୍ରିପେଡ଼ ଓ ପୋଷ୍ଟପେଡ ଉପଭୋକ୍ତା ବିନା କୌଣସି ଅତିରିକ୍ତ ମୂଲ୍ୟରେ ଏହି ସେବାର ବ୍ୟବହାର କରିପାରିବେ। ଇ-ସିମ ନିରବଚ୍ଛିନ୍ନ ଡିଭାଇସ ସେଟଅପ ସୁବିଧା ପ୍ରଦାନ କରିଥାଏ, ତାହା ପୁଣି ବିନା କୌଣସି ପ୍ରକାରର ବାସ୍ତବ ସିମ କାର୍ଡ ପକାଇବା କିମ୍ବା ବଦଳାଇବାର ଆବଶ୍ୟକତା ସହିତ।

ଜିଓ ନେଟୱର୍କରେ ମୋଟୋରୋଲା ରେଜର ଫୋନ ବ୍ୟବହାରକାରୀଙ୍କୁ ମିଳିବ ମାଗଣାରେ ଅତିରିକ୍ତ ଏକ ବର୍ଷର ଅସୀମିତ ସେବା। ଏଥି ସହିତ ଜିଓର ୪୯୯୯ ଟଙ୍କାର ବାର୍ଷିକ ପ୍ଲାନ ରିଚାର୍ଜ ଉପରେ ଦୁଇଗୁଣ ଡାଟାର ଲାଭ ମିଳିବ। ଏଥିରେ ମୋଟ ୭୦୦ ଜିବି (୩୫୦ ଜିବି + ୩୫୦ ଜିବି) ହାଇସ୍ପିଡ଼ ଡାଟା ବିନା କୌଣସି ଦୈନିକ ନିର୍ଧାରିତ ସୀମାରେ ମିଳିବ ଏବଂ ତାହା ସହିତ ଆଉ ଏକ ବର୍ଷ ପାଇଁ ଅସୀମିତ ଭଏସ ଓ ୭୦୦ ଜିବି ହାଇ ସ୍ପିଡ଼ ଡାଟା ମିଳିବ। ଏସବୁ ଦ୍ୱାରା ଉପଭୋକ୍ତା ପ୍ରାୟ ୧୪୯୯୭ ଟଙ୍କା ସଂଚୟ କରିପାରିବେ।

Image result for e-sim
Asus

ଏଠାରେ ସୂଚନା ଯୋଗ୍ୟ ଯେ ଅଭିନବ ମୋଟୋରୋଲା ରେଜ଼ର ଫୋନ ମାର୍ଚ୍ଚ ୧୬ରୁ ପ୍ରି-ବୁକିଂ ପାଇଁ ବ୍ଲାକ ନାୟର ରଙ୍ଗରେ ଉପଲବ୍ଧ ହେଉଛି ଏବଂ ୧,୨୪,୯୯୯ ଟଙ୍କା ମୂଲ୍ୟ ରହିଥିବା ଏହି ଆକର୍ଷଣୀୟ ଫୋଲଡିଂ ଫୋନ ଏପ୍ରିଲ ୨, ୨୦୨୦ରୁ ରିଲାଏନ୍ସ ଡିଜିଟାଲ ଷ୍ଟୋର ଗୁଡିକରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର