ଭୁବନେଶ୍ବର: ଜିଓ ପକ୍ଷରୁ ନୂଆ ପୋଷ୍ଟ୍ପେଡ୍ ଫାମିଲି ପ୍ଲାନ୍ ଜିଓ ପ୍ଲସ୍ ଘୋଷଣା କରାଯାଇଛି। ଏଥିରେ ଏକ ମାସ ମାଗଣା ଟ୍ରାଏଲ୍ ସୁବିଧା ରହିଛି। ଏହି ପ୍ଲାନ୍ରେ ପ୍ରଥମ ସଂଯୋଗ ନେବା ଲାଗି ୩୯୯ ଟଙ୍କା ଦେବାକୁ ପଡ଼ିବ। ସେହି ପ୍ଲାନ୍ରେ ତିନିଟି ଅତିରିକ୍ତ କନେକ୍ସନ ଯୋଡ଼ିହେବ। ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଦେବାକୁ ପଡ଼ିବ। ଏହି ପ୍ଲାନ୍ରେ ୭୫ ଜିବି ଡାଟା ମିଳିବ। ଚାରିଟି କନକ୍ସେନ ବିଶିଷ୍ଟ ଫାମିଲି ପ୍ଲାନ୍ରେ ପ୍ରତି ମାସରେ ସିମ୍ ପିଛା ହାରାହାରି ଖର୍ଚ୍ଚ ୧୭୪ ଟଙ୍କା ରହିବ। ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି ଡାଟା ପ୍ଲାନ୍ ନେଇପାରିବେ। ଜିଓ ପକ୍ଷରୁ ରହିଛି ୨୯୯ ଟଙ୍କିଆ ୩୦ ଜିବି ପ୍ଲାନ୍ ଓ ଅସୀମିତ ଡାଟା ପ୍ଲାନ୍ ଯେଉଁଥିପାଇଁ ଗ୍ରାହକଙ୍କୁ ୫୯୯ ଟଙ୍କା ଦେବାକୁ ପଡ଼ିବ।
ଫାମିଲି ପ୍ଲାନ୍ ଜିଓ ପ୍ଲସ୍ ସହିତ କଂପାନି ପକ୍ଷରୁ ଜିଓ ଟ୍ରୁ ୫ଜି ୱେଲ୍କମ୍ ଅଫରରେ ଅସୀମିତ ୫ଜି ଡାଟା ପ୍ରଦାନ କରାଯାଉଛି ଯାହାକୁ ସାରା ପରିବାର ବ୍ୟବହାର କରିପାରିବେ। ଏଥିରେ ଡାଟାର କୌଣସି ଦୈନିକ ସୀମା ନିର୍ଧାରଣ କରାଯାଇନାହିଁ। ଏଥି ସହିତ ଜିଓ ପକ୍ଷରୁ ଆଜି ଦେଶର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି। ସେଥିରେ ଓଡ଼ିଶାର ଚାରିଟି ସହର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାର ନାମ ରହିଛି। ଏହି ଚାରି ସହରକୁ ମିଶାଇ ରାଜ୍ୟର ୧୭ଟି ସହରରେ ଜିଓ ୫ଜି ସେବା ଉପଲବ୍ଧ ହୋଇଛି। ସାରା ଦେଶରେ ୩୬୫ଟି ସହରରେ ଜିଓର ୫ଜି ସେବା ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Jio.jpg)