‘ଜିରୋଧା’ ବ୍ୟବହାରକାରୀ ସଂଖ୍ୟା ୬ ଲକ୍ଷ ଟପିଲା

ଭୁବନେଶ୍ୱର: ଦେଶର ଅଗ୍ରଣୀ ବ୍ରୋକରେଜ୍‌ ସଂସ୍ଥା ଜିରୋଧାର ବ୍ୟବହାରକାରୀ ସଂଖ୍ୟା ସର୍ବଭାରତୀୟ ସ୍ତର ୬ ଲକ୍ଷରୁ ଅଧିକ ହୋଇଛି। ଗତବର୍ଷ ତୁଳନାରେ କଂପାନି ଏ କ୍ଷେତ୍ରରେ ୨୦୪%ର ଅଭିବୃଦ୍ଧି ହାସଲ କରିଛି। ଓଡ଼ିଶାରେ ଜିରୋଧାର ୧୩ ହଜାରରୁ ଅଧିକ ବ୍ୟବହାରକାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୦୦୦ ଭୁବନେଶ୍ୱରରେ ରହିଥିବା ବେଳେ ଅନ୍ୟମାନେ ରାଜ୍ୟ ବିଭିନ୍ନ ପ୍ରାନ୍ତରେ ରହିଛନ୍ତି। ଓଡ଼ିଶାରେ ବ୍ୟବହାରକାରୀ ସଂଖ୍ୟା ଗତବର୍ଷ ତୁଳନାରେ ୨୩୯% ବଢ଼ିଥିବା ବେଳେ ଭୁବନେଶ୍ୱରରେ ଏହି ବୃଦ୍ଧିର ହାର ୩୦୪% ରହିଛି ବୋଲି କଂପାନିର ଉପସଭାପତି କାର୍ତିକ ରଙ୍ଗାପା କହିଛନ୍ତି। ଆଗାମୀ ୨-୩ ବର୍ଷ ଭିତରେ ନିଜ ପ୍ଲାଟଫର୍ମରେ ୨-୩ ନିୟୁତ ନୂଆ ବ୍ୟବହାରକାରୀ ସାମିଲ କରିବାକୁ ଜିରୋଧା ଲକ୍ଷ୍ୟ ରଖିଛି। ଷ୍ଟକ ଟ୍ରେଡିଂ ଏବଂ ମ୍ୟୁଚୁଆଲ୍‌ ଫଣ୍ଡ୍‌ କିଣାକିଣିର ସୁବିଧା ପ୍ରଦାନ କରୁଥିବା ଜିରୋଧା ଆଗାମୀ ଦିନରେ ବୀମା ପଲିସି କିଣିବା ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେବା ଉପରେ ବିଚାର କରୁଛି। ଏ ନେଇ କଂପାନି କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ଗ୍ରହଣ କରିନାହିଁ। ଏହି ଅବସରରେ କଂପାନିର ଏଭିପି-ବିକ୍ରି ମଧୁ ଆର୍‌ ଏବଂ ପାର୍ଟନର୍‌ (ଭୁବନେଶ୍ୱର) ତରଙ୍ଗ ମେହେର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର