ଜିଭି ମୋବାଇଲ୍ର ଫୁଲ୍ ଭିୟୁ ନୂଆ ଏକ୍ସଟ୍ରିମ୍ ସିରିଜ୍ର ସ୍ମାର୍ଟଫୋନ୍ ରେ୍ ଏବେ ବଜାରରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୫୦୦୦ରୁ ୭୦୦୦ଟଙ୍କା ମଧ୍ୟରେ ରହିଛି। ଏଥିରେ ୧୮:୯ ଫୁଲ୍ ଭିୟୁ ଡିସ୍ପ୍ଲେ, ଫିଙ୍ଗର ପ୍ରିଣ୍ଟ ସେନସର୍, ଡୁଆଲ୍ କ୍ୟାମେରା, ଫେସ୍ ଅନ୍ ଲକ୍ ଫିଚର ଆଦି ରହିଛି। ଏହି ସ୍ମାର୍ଟଫୋନ୍ର ମୂଲ୍ୟ ପକେଟକୁ ସୁହାଇଲା ଭଳି ରହିଛି। ସହର ଏବଂ ଅର୍ଦ୍ଧ ସହରାଚଞ୍ଚଳରେ ଏହା ଭଲ କାରବାର କରିବା ସହିତ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇପାରିବ। ଏହା ‘ ଗେଟ୍ ମୋର୍ ଦ୍ୟାନ୍ ୟୁ ଏକ୍ସପେକ୍ଟ‘ ଟ୍ୟାଗ୍ ଲାଇନ୍ରେ ଆସୁଛି । ଏହାର ଏକ୍ସଟ୍ରିମ୍ ସିରିଜ୍ ମଧ୍ୟରେ ଏକ୍ସଟ୍ରିମ୍ କ୍ଲିକ୍ ଏକ୍ସଟି-୮୪, ଏକ୍ସଟ୍ରିମ୍ ଭିୟୁ ଏକ୍ସଟି ୩୦୯ ଏବଂ ଏକ୍ସଟ୍ରିମ୍ ଭିୟୁ ପ୍ରୋ ଏକ୍ସଟି ୩୦୯ ପ୍ଲସ୍ ମଡେଲ୍ ଆଦି ରହିଛି। ଏସବୁ ହ୍ୟାଣ୍ଡସେଟ୍ ୪ଜି ଭୋଲଟି ଯୁକ୍ତ । ଏକ୍ସଟ୍ରିମ୍ କ୍ଲିକ୍ ଏକ୍ସଟି-୮୪ର ମୂଲ୍ୟ ୫୨୯୯ ଟଙ୍କା ରହିଛି। ଏଥିରେ ୫.୩ ଇଞ୍ଚ ସ୍କ୍ରିନ୍, ଡୁଆଲ୍ ପଛ କ୍ୟାମେରା,୨୫୦୦ଏମ୍ ଏଏଚ୍ ବ୍ୟାଟେରୀ,୧ ଜିବି ରାମ୍, ୮ ଜିବି ରମ୍ ଲାଇଟ୍ ସେନସର, ବ୍ଲୁଟୁଥ୍, ଆଣ୍ଡ୍ରଏଡ୍ ସୁବିଧା ରହିଛି । ଏକ୍ସଟ୍ରିମ୍ ଭିୟୁ ଏକ୍ସଟି ୩୦୯ର ମୂଲ୍ୟ ୫୫୯୯ ଟଙ୍କା ରହିଛି। ଏଥିରେ ୫.୩ ଇଞ୍ଚ ସ୍କ୍ରିନ୍, ୨.୫ ଡି ଗ୍ଲାସ୍, ୮ଏମ୍ ପି ପ୍ରାଇମେରୀ ଏବଂ ୫ ଏମ୍ପି ସେଲଫି କ୍ୟାମେରା,୨୭୦୦ଏମ୍ ଏଏଚ୍ ବ୍ୟାଟେରୀ,୧ ଜିବି ରାମ୍, ୮ ଜିବି ରମ୍ ଲାଇଟ୍ ସେନସର, ବ୍ଲୁଟୁଥ୍, ଆଣ୍ଡ୍ରଏଡ୍ ସୁବିଧା ରହିଛି। ସିକ୍ୟୁରିଟି ଲକ୍, ଡଟିଜି, ଡୁଆଲ୍ ସିମ୍ ସୁବିଧା ରହିଛି। ଏକ୍ସଟ୍ରିମ୍ ଭିୟୁ ପ୍ରୋ ଏକ୍ସଟି ୩୦୯ ପ୍ଲସ୍ର ମୂଲ୍ୟ ୬୭୯୯ ଟଙ୍କା ରହିଛି। ଏଥିରେ ୫.୩ ଇଞ୍ଚ ସ୍କ୍ରିନ୍ ୨.୫ ଡି ଗ୍ଲାସ୍, ୧୩ ଏମ୍ ପି ପ୍ରାଇମେରୀ ଏବଂ ୫ ଏମ୍ପି ସେଲଫି କ୍ୟାମେରା,୨୭୦୦ଏମ୍ ଏଏଚ୍ ବ୍ୟାଟେରୀ,୨ ଜିବି ରାମ୍, ୧୬ ଜିବି ରମ୍ ଲାଇଟ୍ ସେନସର, ବ୍ଲୁଟୁଥ୍, ଆଣ୍ଡ୍ରଏଡ୍ ସୁବିଧା ରହିଛି। ସିକ୍ୟୁରିଟି ଲକ୍, ଡଟିଜି, ଡୁଆଲ୍ ସିମ୍ ସୁବିଧା ରହିଛି।
ଭାରତୀୟ ବଜାରରେ ଜିଭି ମୋବାଇଲ୍ର ଫୁଲ ଭିୟୁ ସ୍ମାର୍ଟଫୋନ୍
/sambad/media/post_attachments/wp-content/uploads/2018/09/Xtreme-View-XT309.png)