କ୍ବାଡ୍‌ ରାଷ୍ଟ୍ର ସମୂହର ପ୍ରୟାସ : ଭାରତରେ ତିଆରି ହେବ ଜେ ଆଣ୍ଡ୍‌ ଜେ କୋଭିଡ୍‌ ଟିକା

ନୂଆଦିଲ୍ଲୀ : ଆମେରିକାର ଜନ୍‌ସନ ଆଣ୍ଡ୍‌ ଜନ୍‌ସନ କମ୍ପାନିର ସିଙ୍ଗଲ ଡୋଜ୍‌ କୋଭିଡ୍‌ ଟିକା ଭାରତରେ ତିଆରି ହେବ। କ୍ବାଡ୍‌ ରାଷ୍ଟ୍ର ସମୂହର ଟିକା ବିକାଶ ଯୋଜନାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ମିଳିତ ସହାଭାଗିତାରେ ଏହି ଟିକା ତିଆରି କରାଯିବ। ଭାରତରେ ଏହି ଟିକା ପ୍ରସ୍ତୁତ କରିବା ପାଇଁ ଜାପାନ ଏବଂ ଆମେରିକା ଅର୍ଥ ଯୋଗାଣ କରିବେ ଏବଂ ଅଷ୍ଟ୍ରେଲିଆ ବିଭିନ୍ନ ରାଷ୍ଟ୍ରକୁ ଏହି ଟିକା ପହଞ୍ଚାଇବା ପାଇଁ ପରିବହନ ଦାୟିତ୍ବ ଗ୍ରହଣ କରିବ। ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ରାଷ୍ଟ୍ର ଭାରତରେ ଏବେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କୋଭିଡ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍‌-ଆଇସିଏମ୍‌ଆର୍‌ର ସ୍ବଦେଶୀ ଟିକା କୋଭାକ୍ସିନ୍‌ର ଉତ୍ପାଦନ ହେଉଛି। ଭାରତ ଏହି ଦୁଇ ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିବା ସହ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ଟିକା ଯୋଗାଇ ଦେଉଛି।

ସମ୍ବନ୍ଧିତ ଖବର