ଭାରତ-‌ଅଷ୍ଟ୍ରେଲିଆ ଯୁଗ୍ମ କାର୍ଯ୍ୟାନ୍ବୟନ ଗୋଷ୍ଠୀ ବୈଠକରେ ଯୋଗଦେବେ‌ ଜେ କେ ମହାନ୍ତି

ଭୁବନେଶ୍ବର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ତୃତୀୟ ଯୁଗ୍ମ କାର୍ଯ୍ୟନ୍ବୟନ ଗୋଷ୍ଠୀ ବୈଠକରେ ଭାରତର ହୋଟେଲ ଶିଳ୍ପର ଜଣେ ପ୍ରତିନିଧିଭାବେ ଯୋଗଦେବା ପାଇଁ ଭାରତ ସରକାରଙ୍କ ଦ୍ବାରା ଓଡ଼ିଶାର ବିଶିଷ୍ଟ ହୋଟେଲ ଉଦ୍ୟୋଗୀ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ତଥା ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି ମନୋନୀତ ହୋଇଛନ୍ତି। ସିଡନିଠାରେ ଏହି ବୈଠକ ଆସନ୍ତା ୧୫ ତାରିଖରେ ହେବ। ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁମନ ବିଲ୍ଲା ଭାରତୀୟ ଦଳର ନେତୃତ୍ବ ନେବେ। ଏହି ବୈଠକରେ ଶ୍ରୀ ମହାନ୍ତି ଯୋଗଦେଇ ଅଷ୍ଟ୍ରେଲିଆର ପର୍ଯ୍ୟଟକଙ୍କ ପାଇଁ ଭାରତୀୟ ହୋଟେଲ ଗୁଡ଼ିକର ମାର୍କେଟିଂ ସମସ୍ୟା ଏବଂ ଭାରତକୁ ଅଧିକ ପର୍ଯ୍ୟଟକ ଆଗମନ ପ୍ରସଙ୍ଗରେ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ, ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ସିଡନି, ମେଲ‌ବର୍ଣ୍ଣ ଏବଂ ଅକଲାଣ୍ଡରେ ଏକାଧିକ ରୋଡ୍ ସୋ’ ଅନୁଷ୍ଠିତ ହେବ। ଏହି ରୋଡ ସୋ’ରେ ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ପର୍ଯ୍ୟଟକମାନଙ୍କୁ ଅବଗତ କରାଯିବ।

ସମ୍ବନ୍ଧିତ ଖବର