ଜାଗୁଆର ଲ୍ୟାଣ୍ଡ୍ ରୋଭର ପକ୍ଷରୁ ଡିସକଭରୀ ସ୍ପୋର୍ଟସ୍ ଡିଜେଲର ବଜାର ପ୍ରବେଶ

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ମଡେଲ ଅଫ ଦି ଇୟର-୨୦୧୯ ଡିସକଭରୀ ସ୍ପୋର୍ଟସର ବଜାର ପ୍ରବେଶ କରାଯାଇଛି । ଏହାର ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହି ୧୭୭ କିଲୋୱାଟ୍ ଇଞ୍ଜିନ ବିଶିଷ୍ଟ ୨.୦ ଲିଟର ହାଇ ପାୱାର ଯୁକ୍ତ ଯାନର ମୂଲ୍ୟ ୭୫.୧୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

ଏହାର ଡିଜେଲ ଭ୍ୟାରିଆଂଟ୍ ଏସ୍, ଏସ୍ଇ, ଏଚଏସ୍ଇ ଏବଂ ଏଚଏସ୍ଇ ଲକ୍ସରୀ ମଡେଲରେ ଉପଲବ୍ଧ ହେଉଛି । ଏହାର ଟର୍କ ୫୦୦ଏନ୍ଏମ୍ ଥିବାବେଳେ ଏଥିରେ ସିକ୍ୱେନସିଆଲ୍ ଟୁବ୍ରୋ ଜ୍ଞାନକୌଶଳ ରହିଛି ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭରର ସଭାପତି ତଥା  ଏମଡି ରୋହିତ ସୁରୀ କହିଲେ, “ଜାଗୁଆର ଲ୍ୟାଣ୍ଡ ରୋଭରର ମଡେଲ ଅଫ୍ ଦି ଇୟର-୨୦୧୯ ଡିସକଭରୀ ସ୍ପୋର୍ଟସର ବଜାର ପ୍ରବେଶ ନେଇ ଆମେ ବେଶ୍ ଆନନ୍ଦିତ । ଏହା ବିଶ୍ୱର ଷ୍ଟାଇଲିସ୍, ଅବିଶ୍ୱାସନୀୟ, ଦକ୍ଷ, ବହୁବିଧ କାର୍ଯ୍ୟଯୁକ୍ତ ତଥା ରେମାଚକର ସାବ୍ୟସ୍ତ ହେବ ।”

ସମ୍ବନ୍ଧିତ ଖବର