ଜାଗୁଆର ଇଂଜେନିୟମ୍‌ ପେଟ୍ରୋଲ ମଡେଲର ବଜାର ପ୍ରବେଶ

ନୂଆଦିଲ୍ଲୀ :    ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତରେ ଜାଗୁଆର ଇିନିୟମ୍‌ ପେଟ୍ରୋଲ ମଡେଲର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ସହିତ ଏହାର ଡିସକଭର ସ୍ପୋର୍ଟସ ଏବଂ ରେ୍‌ ରୋଭର ଇଭାକ୍ୟୁର ମଧ୍ୟ ବଜାର ପ୍ରବେଶ କରାଯାଇଛି। ୨୦୧୮ରେ ଏହାର ସ୍ପୋର୍ଟସ ଇିନିୟମ ପେଟ୍ରୋଲ ମଡେଲରେ ଏସ୍‌ଇ ଏବଂ ଏଚ୍‌ଏସ୍‌ଇ ଟ୍ରିମ୍‌ ଅନ୍ତର୍ଭୁକ୍ତ କରାଯାରଇଛି। ଏହାର ମୂଲ୍ୟ ୪୯.୨୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ରେ ରୋଭର ଇଭାକ୍ୟୁ ଇଂଜେନିୟମ୍‌ ପେଟ୍ରୋଲରେ ଏସ୍‌ଇ ଏବଂ ଏଚ୍‌ଏସ୍‌ଇ ଡାଇନାମିକ୍‌ ଟ୍ରିମ୍‌ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ମୂଲ୍ୟ ୫୧.୦୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ସ୍ପୋର୍ଟସ ଏବଂ ରେ୍‌ ରୋଭର ଇଭାକ୍ୟୁରେ ୨.୦ ଲି ଇଂଜିନ ୧୭୭ କିଲୋୱାଟ ପିକ୍‌ ପାୱାର ଆଉଟପୁଟ ପ୍ରଦାନ କରିବାର କ୍ଷମତା ରଖିଛି । ଏହା ସହିତ ୮-ସ୍ପିଡ୍‌ ଅଟୋମେଟିକ୍‌ ଟ୍ରାନ୍ସମିଶନ୍‌ ରହିଛି। ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍‌ ରୋଭର ରେ୍‌ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୩.୮୦ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେ ରୋଭର ଇଭାକ୍ୟୁର ମୂଲ୍ୟ ୫୧.୦୬ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଡିସକଭର ମୂଲ୍ୟ ୭୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ରେ୍‌ ରୋଭର ଭେଲାର ମୂଲ୍ୟ ୮୦.୯୨ ଲଟ ଟଙ୍କା, ରେ୍‌ ରୋଭର ସ୍ପୋର୍ଟସ୍‌ ମୂଲ୍ୟ ୯୯.୪୮ ଲକ୍ଷ ଟଙ୍କା ଏବଂ ରେ ରୋଭର ମୂଲ୍ୟ ୧୭୪.୩୦ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଅହମ୍ମଦାବାଦ୍‌, ଔରଙ୍ଗାବାଦ୍‌, ବାଙ୍ଗାଲୁର୍‌, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍‌, ଇନ୍ଦୋର, ଜୟପୁର, କୋଲକତା, କୋଚି, କମଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍‌, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ସୁରାଟ, ବିଜୟୱାଡା ଆଦି ୨୭ ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର