ଲ୍ୟାଣ୍ଡ୍ ରୋଭର ପକ୍ଷରୁ ରେଞ୍ଜ ରୋଭର ଭେଲାର ଏସଭିର ବଜାର ପ୍ରବେଶ

ନୂଆଦିଲ୍ଲୀ :   ଲ୍ୟାଣ୍ଡ ରୋଭର ପକ୍ଷରୁ ରେଞ୍ଜ୍ ରୋଭର ଭେଲାର ଏସଭି ଅଟୋବାୟୋଗ୍ରାଫି ଡାଇନାମିକ୍ ଏଡିସନ୍ର ବଜାର ପ୍ରବେଶ କରାଯାଇଛି । ଏହାର ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ ।

ଏଥିରେ ୪୦୪ କିଲୋୱାଟ୍ ୫.୦ଲିଟର ଭି-୮ ଇଞ୍ଜିନ୍ ରହିଛି । ୪-୫ ସେକେଣ୍ଡ ମଧ୍ୟରେ ଏହା ୧୦୦ ଘଂଟା ପ୍ରତି କିମି ବେଗରେ ଗତି କରିପାରେ । ଏହା ସହିତ ଏହାର ସର୍ବୋତମ ବେଗ ଘଂଟା ପ୍ରତି ୨୭୪ କିମି ରହିଛି । ଏଥିରେ ଏରୋଡାଇନାମିକ୍ ଡିଜାଇନିିଂ, କୁଲିଂ ପ୍ରରଫରମାନ୍ସ୍, ଲାଇଟ୍ ୱେଟ୍ ୫୩.୩୪ ସେମି ହ୍ୱିଲ୍ ୮ ସ୍ପିଡ୍ କୁଇକ୍ ଟ୍ରାନ୍ସମିଶନ, ଇଲୋକ୍ଟ୍ରେିନିକ୍ ଆକ୍ଟିଭ୍, ଆଡପ୍ଟିଭ୍ ଡ୍ୟାମ୍ପର ଟୁ୍ୟନ୍, ଆଂଟି ରୋଲ୍ ବାର୍, ଡାଇନାମିକ୍ ଷ୍ଟାବିଲିଟି କଂଟ୍ରୋଲ ଆଦି ବୈଶିଷ୍ଟ୍ୟ ରହିଛି ।

ଆରାମ ଦାୟକ ଏହି ଯାନରେ ୩୯୫ ମିମି ଆଗ ଏବଂ ୩୯୬ ମିମି ପଛ ବ୍ରେକ୍ ଡିକ୍ସ୍ ରହିଛି । ଏହାର ଆଭ୍ୟନ୍ତରରେ ଆକର୍ଷଣୀୟ ଲେଦର କଭର ରହିଛି । ଏଥିରେ ଆଡଜଷ୍ଟବୁଲ୍ ସିଟ୍ ରହିଛି । ଏହା ସହିତ ସ୍ପିଡ୍ ସେନସିଟିଭ୍ ଇଲେକ୍ୟିକ୍ ପାୱାରା ଆସିଷ୍ଟେଡ୍ ଷ୍ଟିୟରିଂ ରହିଛି ।

ଭେଲାର ଏସଭି ଅଟୋବାୟୋଗ୍ରାଫି ଡାଇନାମିକ୍ ଏଡିସନ୍ ଫ୍ରିଏଞ୍ଜ୍ ରେଡ୍, ସାଂଟୋରିନି ବ୍ଲାକ୍, କୋରିସ୍ ଗ୍ରେ, ଫୁଜି ହ୍ୱାଇଟ୍, ଇଣ୍ଡସ୍ ସିଲଭର, ଷ୍ଟାଟିନ୍ ବାୟରନ୍ ବ୍ଲୁ ଆଦି ୬ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର