ଭାରତରେ ଜାଗୁଆର ଲ୍ୟାଣ୍ଡ୍ ରୋଭର ଲଞ୍ଚ କଲା ଡିସକଭରୀ ସ୍ପୋର୍ଟସର ସ୍ପେଶାଲ ଏଡିସନ

ନୂଆଦିଲ୍ଲୀ : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ମଡେଲ ଅଫ୍ ଦି ଇୟର-୨୦୧୯ ଡିସକଭରୀ ସ୍ପୋର୍ଟସର ବଜାର ପ୍ରବେଶ କରାଯାଇଛି । ଏହାର ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିଦେ୍ର୍ଦଶକ ରୋହିତ ସୁରୀ କହିଲେ, “ଜାଗୁଆର ଲ୍ୟାଣ୍ଡ ରୋଭରର ମଡେଲ ଅଫ୍ ଦି ଇୟର-୨୦୧୯ ଡିସକଭରୀ ସ୍ପୋର୍ଟସର ବଜାର ପ୍ରବେଶ ନେଇ ଆମେ ବେଶ୍ ଆନନ୍ଦିତ । ଏହା ବିଶ୍ୱର ଷ୍ଟାଇଲିସ୍, ଅବିଶ୍ୱାସନୀୟ, ଦକ୍ଷ, ବହୁବିଧ କାର୍ଯ୍ୟଯୁକ୍ତ ତଥା ରେମାଂଚକର ସାବ୍ୟସ୍ତ ହେବ ।”

ଜାଗୁଆର ମଡେଲ ଅଫ୍ ଦି ଇୟର-୨୦୧୯ ଡିସକଭରୀ ସ୍ପୋର୍ଟସରେ ଡାଇନାମିକ୍ ସମ୍ମୁଖ ବମ୍ପର, ଗ୍ରାଫାଇଟ୍ ଆଟ୍ ଳାସ୍ ଏକ୍ସଟରିୟର, ୪୫.୭୨ ସ୍ପିଲ୍ଟ ସ୍ପୋକ୍ ୫୧୧ ଡ୍ୱିଲ୍, ଇବୋନୀ ଗ୍ରେନଡ୍ ଲେଦର ଆଦି ବୈଶିଷ୍ଟ୍ୟ ରହିଛି । ଏହା ନାରଭିକ୍ ବ୍ଲାକ୍, ୟୁଲାଙ୍ଗ ହ୍ୱାଇଟ୍ ଏବଂ କୋରିସ୍ ଗ୍ରେ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୫୩.୭୭ ଲକ୍ଷ ଟଙ୍କା ରହିଛି । ଏଥିରେ ୨.୦ଏଲ୍ ଇଞ୍ଜିନିୟମ୍ ଡିଜେଲ୍, ଶକ୍ତିଶାଳୀ ୧୩୨ କିଲୋୱାଟ୍ ଆଉଟ୍ପୁଟ୍ ରହିଛି ।

ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଛି ।

ସମ୍ବନ୍ଧିତ ଖବର