ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତରେ ତିଆରି ପ୍ରଥମ ମଡେଲ ରୋଭର୍ ଭେଲାରର ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଟାଟା ଗ୍ରୁପ ଅଧିନସ୍ଥ କମ୍ପାନି   ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ରେଞ୍ଜ ରୋଭର ଭେଲାରର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାରର ବିଶେଷତ୍ବ ହେଉଛି ଯେ ଏହା ଭାରତରେ ତିଆରି ହୋଇଛି ।

ଏହାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କା ରହିଛି । ଏହ ୨.୦୧ ପେଟ୍ରୋଲ ତଥା ୧୮୪ କିଲୋୱାଟ୍ ତଥା ୨.୦୧ ଡିଜେଲ ଏବଂ ୧୩୨ କିଲୋଟ୍ୱାଟ ଭ୍ୟାରିଆଂଟ୍ ରେଉପଲବ୍ଧ । ଏହାର ବୁକିଂ ମେ’୨୦୧୯ରେ ଆରାମ୍ଭ ହେବ ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ଏମଡି ରୋହିତ ସୁରୀ କହିଲେ, “ ଆମେ ଶ୍ରେଷ୍ଠ ବ୍ରିଟିଶ୍ ଡିଜାଇନିଂ ତଥା ବିଳାସପୂର୍ଣ୍ଣ ସୁବିଧା ସୁଯୋଗ ଉପଲବ୍ଧ କରାଇଛୁ । ରେଞ୍ଜ ରୋଭର ଭେଲାର ଗ୍ରାହକଙ୍କ ବେଶ୍ ପସନ୍ଦ ଆସିବ ।”

ଏଥିରେ ଟଚ୍ ପ୍ରୋ ଡୁ୍ୟ, ଆକ୍ଟିଭିଟି କ. ୱାଇ-ଫାଇ ଥା ପ୍ରୋ ସର୍ଭିସ୍ ଆଦି ଉପଲବ୍ଦ କରାଯିବ । ଏହା ସହିତ ଏଥିରେ ମେରିଡିଆନ୍ ସାଉଣ୍ଡ ସିଷ୍ଟମ୍, ଫୋର୍ ଜୋନ୍ କ୍ଳାଇମେଟିକ୍ କଂଟ୍ରୋଲ, କେବିନ୍ ଏୟାର ଆୟୋନାଇଜେସନ୍, ପ୍ରିମିୟମ୍ ଲେଦର ଇଂଟରିଆର, ୫୦.୮ ସେମି ହ୍ୱିଲ୍, ଏଲଇଡି ହେଡ୍ ଲାଇଟ୍ ଆଦି ବୈଶିଷ୍ଟ୍ୟ ରହିଛି ।  ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକୁ୍ୟର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଅଲ ନିୟୁ ଡିସକଭର ମୂଲ୍ୟ ୭୬.୯୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ନିୟୁ ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କା, ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୧୦୩.୭୪ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୮୧.୮୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

 

ସମ୍ବନ୍ଧିତ ଖବର