୨୦୨୦ ସୁଦ୍ଧା ଭାରତୀୟ ବଜାରକୁ ଇଲେକ୍ଟ୍ରିକ କାର ଛାଡିବ ଜାଗୁଆର ଲ୍ୟାଣ୍ଡ ରୋଭର

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ପାଇଁ ଭାରତ ସରକାର ଇଲେକ୍ଟ୍ରିକ ଯାନ ଉପରେ ଗୁରୁତ୍ବ ଦେଉଥିବାବେଳେ ଏହାକୁ ଦେଖି ବିଭିନ୍ନ କମ୍ପାନି ନିଜର ଯୋଜନା ପ୍ରସ୍ତୁତ କରୁଛନ୍ତି । ଟାଟା ମୋଟର୍ସ ଅଧିନସ୍ଥ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ୨୦୧୯ ଶେଷ ସୁଦ୍ଧା ଭାରତରେ ହାଇବ୍ରିଡ୍ କା ବଜାରକୁ ଛାଡିବାକୁ ଲକ୍ଷ୍ୟ ରଖିଛି । ସେହିପରି ୨୦୨୦ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଜାଗୁଆର ଆଇ-ପେସ୍ ବ୍ୟାଟେରୀ ଇଲେକ୍ଟ୍ରିକ୍ ଯାନ ଭାରତୀୟ ବଜାର ପ୍ରବେଶ କରାଇବା ପାଇଁ କମ୍ପାନୀ ପକ୍ଷରୁ ଯୋଜନା କରାଯାଇଛି ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ଏମଡି ରୋହିତ ସୁରୀ କହିଲେ, “ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜାଗୁଆର ଲ୍ୟାଣ୍ଡ ରେଭର ପକ୍ଷରୁ ଇଲେକ୍ଟ୍ରିକ କାରର ବଜାର ପ୍ରବେଶ କରାଯିବାର ଯୋଜନା କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଫେମ୍-୨ ଦ୍ୱାରା କମ୍ପାନୀ ବେଶ୍ ଉତ୍ସାହିତ ହୋଇଛି । ଅଗାମୀ ଦିନରେ ଏଭଳି ଅନେକ ଯାନ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।”

ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟର ଏକ୍ସଇର ମୂଲ୍ୟ ୪୦.୬୧ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫର ମୂଲ୍ୟ ୪୯.୭୮ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଏଫ୍-ପେସର ମୂଲ୍ୟ ୬୪.୬୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏକ୍ସଜେର ମୂଲ୍ୟ ୧୧୧.୩୦ ଲକ୍ଷ ଟଙ୍କା, ଏଫ୍-ଟାଇପ୍ ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

ସମ୍ବନ୍ଧିତ ଖବର