ନୂଆଦିଲ୍ଲୀ : ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ କମ୍ପାନୀ ପକ୍ଷରୁ ଦି ଏବୋଭ ଆଣ୍ଡ୍ ବିୟଣ୍ଡ୍ ଦି ଟୁର’ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ସଡ଼କ ଯଥା ସମତଳଠାରୁ ଆରମ୍ଭ କରି ବାଲିଆ ଓ ପାହାଡିଆ ରାସ୍ତାରେ ଏହି ଗାଡିର ଚାଲିବା ଦକ୍ଷତାକୁ ପ୍ରଦର୍ଶିତ କରିବା । ଏହି ’ଦି ଏବୋଭ ଆଣ୍ଡ୍ ବିୟଣ୍ଡ୍ ଦି ଟୁର’ ଅଭିଯାନ ଚଣ୍ଡିଗଡ଼, ନୋଏଡ଼ା, ଗୁରୁଗ୍ରାମ୍, ଅହମ୍ମଦାବାଦ୍, ଇନ୍ଦୋର, ନାଗପୁର ଆଦି ୧୦ଟି ସହରରେ ୫ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିଥିଲା। ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଅଲ ନିୟୁ ଡିସକଭର ମୂଲ୍ୟ ୭୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ନିୟୁ ରେ୍ ରୋଭର ଭେଲାର ମୂଲ୍ୟ ୮୩.୩୪ ଲକ୍ଷ ଟଙ୍କା, ରେ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୯୯.୪୮ ଲକ୍ଷ ଟଙ୍କା ଏବଂ ରେ ରୋଭର ମୂଲ୍ୟ ୧୭୪.୩୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।
ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ନିଆରା କସରତ
/sambad/media/post_attachments/wp-content/uploads/2018/10/TABT_4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)