ଭୁବନେଶ୍ବରରେ ନିଯୁକ୍ତିଦାତା ସଂଖ୍ୟାରେ ୪୮% ବୃଦ୍ଧି : ସର୍ଭେ

ଭୁବନେଶ୍ୱର: ଗତ ଦୁଇବର୍ଷର ଲକଡାଉନ ପରେ ଦେଶରେ ଅର୍ଥନୀତି ପୁଣି ଅଭିବୃଦ୍ଧି ପଥ ଧରିଛି । ସାରା ଦେଶରେ ନିଯୁକ୍ତି କାର୍ଯ୍ୟକଳାପରେ ବୃଦ୍ଧି ପରିଲକ୍ଷିତ ହୋଇଛି ଓ ଭୁବନେଶ୍ୱରରେ ବି ଏହା ପରିଲକ୍ଷିତ ହୋଇଛି । ଏହି ସହରରେ ଦକ୍ଷ ଶ୍ରମ ଶକ୍ତିଙ୍କ ଚାହିଦାରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । ଅପନା ଡଟ୍ କମ୍ ଅନୁଯାୟୀ, ଏହି ତ୍ରୈମାସିକରେ ଭୁବନେଶ୍ୱରରେ ଏହାର ନିଯୁକ୍ତିଦାତାଙ୍କ ସଂଖ୍ୟାରେ ୪୮ ପ୍ରତିଶତ ବୃଦ୍ଧି ହୋଇଛି ।

ପୁନଶ୍ଚ, ଏହି ସହରରେ ଗତ ୯୦ ଦିନରେ ୭୦୦୦ରୁ ଅଧିକ ନିଯୁକ୍ତି ପୋଷ୍ଟ୍ କରାଯାଇଛି ଯାହା ସହରକୁ ଓଡ଼ିଶାର ସୁଯୋଗ ପେଣ୍ଠସ୍ଥଳରେ ପରିଣତ କରିଛି । ଏହି ନିଯୁକ୍ତି ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ବ୍ୟବସାୟ ପୋଷ୍ଟ୍ କରିଛନ୍ତି ଏବଂ ଓଡ଼ିଶାର ବିକାଶକୁ ତ୍ୱରାନତବିତ କରିବାର ଲକ୍ଷ୍ୟ ରଖିଛନ୍ତି ।

ଗତ ତୈ୍ରମାସିକରେ ଭୁବନେଶ୍ୱରରେ ଚାହିଦାରେ ରହିଥିବା ନିଯୁକ୍ତି ଭୂମିକାଗୁଡ଼ିକ ମଧ୍ୟରେ ସାମିଲ ରହିଛି ଟେଲିକଲର/ ବିପିଓ, ସେଲ୍ସ, କମ୍ପୁ୍ୟଟର୍/ ଡାଟା ଏଂଟ୍ରି ଅପରେଟର୍, ଡେଲିଭରି ବ୍ୟକ୍ତି ଓ ବିଜନେସ୍ ଡେଭେଲପମେଣ୍ଟ ଏକଜକ୍ୟୁଟିଭ ଆଦି ଅନ୍ୟତମ । ଏହି ଅଭିବୃଦ୍ଧି ସମ୍ପର୍କରେ ଆପ୍ନା ଡଟ୍ କୋର ଚିଫ୍ ବିଜନେସ୍ ଅଫିସ ମାନସ ସିଂହ କହିଛନ୍ତି ଯେ, “ଭୁବନେଶ୍ୱରରେ ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଯେଉଁଭଳି ହଠାତ ଶ୍ରମ ଶକ୍ତି ଚାହିଦାରେ ବୃଦ୍ଧି ହୋଇଛି ତାହା କୋଭିଡ୍ ପରବର୍ତୀ ସମୟରେ ଓଡ଼ିଶା ଅର୍ଥନୀତିରେ ସୁଧାରକୁ ଚମତ୍କାର ଢଙ୍ଗରେ ପ୍ରଦର୍ଶନ କରିଛି ।

 

ସମ୍ବନ୍ଧିତ ଖବର