ଜନସନ ଆଣ୍ଡ ଜନସନ ବେବି ପାଉଡରରେ ମିଳିଲା କ୍ୟାନସର ‌ରୋଗର ଘାତକ ତତ୍ତ୍ୱ

ଅଭିଯୋଗ ପରେ ବଜାରରୁ ସାମଗ୍ରୀ ଫେରାଇନେଲା କଂପାନି

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ବେବି ପାଉଡରକୁ ନେଇ ଆସିଛି ସାଂଘାତିକ ଖବର। କୋଭିଡ-୧୯ ସଂକଟ ମଧ୍ୟରେ ପୁଣି ଥରେ ଫେରିଛି ଜନସନ ଆଣ୍ଡ ଜନସନ କଂପାନିର ବେବି ପାଉଡର ମାମଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମଗ୍ର ବିଶ୍ୱରେ ତଥା ବେବି କେୟାର ମାର୍କେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜନସନ ଆଣ୍ଡ ଜନସନ ବେବି କଂପାନିର ପ୍ରଡକ୍ଟକୁ ନା ହିଁ କେବଳ କୋମଳମତି ଶଶିଶୁଙ୍କଠାରେ ବ୍ୟବହାର କରାଯାଉଛି ବରଂ ବଡ ଲୋକମାନେ ବି ଏହାର ବ୍ୟବହାର କରୁଛନ୍ତି। ହେଲେ ବର୍ଷ ବର୍ଷ ଧରି ବିଶ୍ୱ ବଜାରରେ ବେଶ ଖ୍ୟାତି ଅର୍ଜନ କରିଥିବା ଏହି ପ୍ରଭାବଶାଳୀ କଂପାନି ନାଁରେ ଆସୁଥିବା ସାଂଘାତିକ ଅଭିଯୋଗ କିନ୍ତୁ ଥମିବାର ନାଁ ଧରୁନାହିଁ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜନସନ ଆଣ୍ଡ ଜନସନ ବେବି ପାଉଡରରେ କ୍ୟାନସର ସୃଷ୍ଟି କରୁଥିବା ଭଳି ତତ୍ୱ ରହିଥିବାନେଇ କଂପାନି ବିରୋଧରେ ବାରମ୍ବାର ଅଭିଯୋଗ ହେଉଛି। ଆଉ ଏବେ ଏହି ମାମଲାର ସମାଧାନ ପାଇଁ ବହୁ ପରିମାଣର ଟଙ୍କା ଦେବାକୁ ନିଷ୍ପତି ନେଇଛି କଂପାନି। ଅନ୍ୟପଟେ କଂପାନି ବିରୁଦ୍ଧରେ ଏ ଯାବତ୍ ୧୯ ହାଜରରୁ ଅଧିକ ମାମଲା ରୁଜୁ ହୋଇସାରିଛି। ଯେଉଁଥିରେ ଦାବି ହୋଇଛି ଯେ, ଜନସନ ଆଣ୍ଡ ଜନସନ କଂପାନି ଟେଲ୍କ ଉପାଦାନରେ ଉପଲବ୍ଧ ଥିବା ଆଜବେଷ୍ଟସ କାରଣରୁ ବହୁ ଲୋକ କ୍ୟାନସର ଭଳି ଘାତକ ରୋଗରେ ଶିକାର ହୋଇଛନ୍ତି। ତେବେ ଜନସନ ଆଣ୍ଡ ଜନସନ ବେବି ପାଉଡରରେ ଏଭଳି କୌଣସି ଘାତକ ତତ୍ୱ ଥିବା କଥାକୁ କଂପାନି ପକ୍ଷରୁ ଖଣ୍ଡନ କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.