ଶିଶୁଙ୍କ ଉପଯୋଗୀ ଜନସନ୍ ଆଣ୍ଡ ଜନସନ ପାଉଡରରେ ନାହିଁ କର୍କଟର ସୃଷ୍ଟି କରୁଥିବା ତତ୍ତ୍ୱ। ଏଥିରେ କର୍କଟ ସୃଷ୍ଟି କରୁଥିବା ତତ୍ତ୍ୱ ଆଜବେଷ୍ଟୋସ୍ ଥିଲା ବୋଲି ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏଥିରେ କର୍କଟ ସୃଷ୍ଟି କରୁଥିବା ତତ୍ତ୍ୱ ଅଛି କି ନାହିଁ ତାହାର ଯାଞ୍ଚ ହୋଇଥିଲା। ଯାଂଚ ପରେ ଭାରତରେ ପୁଣି ଥରେ ବେବି ପାଉଡର ଉତ୍ପାଦନ ଆରମ୍ଭ ହୋଇଯାଇଛି। ଭାରତ ସରକାର ଏଥିପାଇଁ କମ୍ପାନୀକୁ ଅନୁମତି ଦେଇଛନ୍ତି ବୋଲି କମ୍ପାନି କହିଛି।
ଭାରତରେ ପୁଣି ଜନସନ୍ ବେବି ପାଉଡର ଉତ୍ପାଦନ ଆରମ୍ଭ ହୋଇଯାଇଛି। ପରୀକ୍ଷା ନିରୀକ୍ଷା ପରେ ସରକାର କମ୍ପାନୀକୁ ପାଉଡର ଉତ୍ପାଦନ କରିବା ପାଇଁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ ବେବି ପାଉଡରରେ କର୍କଟ ତତ୍ତ୍ୱ ଥିବା ଅଭିଯୋଗ ପରେ ଯାଂଚ ପାଇଁ ବିଭିନ୍ନ ୟୁନିଟ୍ ତଥା ବିତରକଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା। ତେବେ ପରୀକ୍ଷା ପରେ ଜନସନ୍ ଆଣ୍ଡ ଜନସନ ବେବି ପାଉଡରରେ କୌଣସି ହାନିକାରକ ତତ୍ତ୍ୱ ନାହିଁ ବୋଲି ସ୍ପଷ୍ଟ ହୋଇଛି। ୧୯୭୧ ଠାରୁ ୨୦୦୦ ମସିହା ମଧ୍ୟରେ ଜନସନ୍ ବେବି ପାଉଡରରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ ଥିବା ରୟଟର୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହାଦ୍ୱାରା ଆମେରିକା ସେୟାର ବଜାରରେ କମ୍ପାନୀର ଅଂଶଧନ ହ୍ରାସ ପାଇଥିଲା।