ମୁମ୍ବାଇ : ଟାଟା ଗ୍ରୁପ୍ କାର୍ ତିଆରି କରୁ ବୋଲି ଜେଆର୍ଡି ଟାଟା ଚାହୁଥିଲେ। ଜେଆର୍ଡିଙ୍କ ୧୧୭ତମ ଜୟନ୍ତୀରେ ଆଜି ଇନଷ୍ଟାଗ୍ରାମ୍ରେ ଏହି ସୂଚନା ଦେଇଛନ୍ତି ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା। ସେ ଜଣାଇଛନ୍ତି ଯେ ୧୯୪୫ରେ ଟାଟା ମୋଟର୍ସ ସ୍ଥାପନ କରାଯାଇଥିଲା। କିନ୍ତୁ ତାହା ଭାରି ଯାନ ତିଆରି କରୁଥିଲା। ଟାଟା ଗ୍ରୁପ୍ ଲୋକମାନଙ୍କ ପାଇଁ କାର୍ ତିଆରି କରୁ ବୋଲି ଜେଆର୍ଡି ଚାହୁଥିଲେ। ଟାଟା ଇଷ୍ଟେଟ୍ ନାମକ କଂପାନି ସ୍ଥାପନ ହେବା ପରେ ତାଙ୍କର ସେହି ସ୍ବପ୍ନ ପୂରଣ ହୋଇଥିଲା। ୧୯୯୧ରେ ଟାଟା ଇଷ୍ଟେଟ୍ ଏହାର ପ୍ରଥମ ଯାତ୍ରୀବାହୀ ଯାନ ଟାଟା ସିଏରାକୁ ଉନ୍ମୋଚନ କରିଥିଲା।
୧୯୦୪ ଜୁଲାଇ ୨୯ରେ ଜେଆର୍ଡି ଜନ୍ମ ଗ୍ରହଣ କରିଥିଲେ। ୧୯୩୮-୮୮ ପର୍ଯ୍ୟନ୍ତ ସେ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଦେଶ ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଭାରତ ରତ୍ନ ସମ୍ମାନରେ ଭୂଷିତ କରାଯାଇଥିଲା। ୧୯୯୧ରେ ଯେତେବେଳେ ଜେଆର୍ଡି ଅବସର ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କଲେ ସେ ରତନ ଟାଟାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ। ଜେଆର୍ଡି ଓ ରତନ ଟାଟାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା। ଉଭୟ ବ୍ୟକ୍ତିଗତ ଓ ବ୍ୟବସାୟ କାର୍ଯ୍ୟରେ ପରସ୍ପର ସହ ଅଧିକ ସମୟ ବିତାଇଥିଲେ। ଗତବର୍ଷ ମଧ୍ୟ ଜେଆର୍ଡିଙ୍କ ଜୟନ୍ତୀରେ ରତନ ଟାଟା ତାଙ୍କ ସ୍ମୃତିକୁ ମନେ ପକାଇଥିଲେ। ବିମାନ କ୍ଷେତ୍ର ପ୍ରତି କିଭଳି ଜେଆର୍ଡିଙ୍କ ଆଗ୍ରହ ଥିଲା ତାହା ଜଣାଇବା ଲାଗି ବି୧ବି ବମ୍ବର୍ କଂପାନିର କାରଖାନା ପରିଦର୍ଶନ ସମୟର ଏକ ଫଟୋ ପୋଷ୍ଟ୍ କରିଥିଲେ। ଆଜି ସେ ଟାଟା ଇଷ୍ଟେଟ୍ର ପୁନେ କାରଖାନାରେ ଟାଟା କାର୍ ଓ ଜେଆର୍ଡିଙ୍କ ସହ ଉଠାଇଥିବା ଏକ ଫଟୋ ପୋଷ୍ଟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/tata.jpg)