ଭୁବନେଶ୍ବର : ହାର୍ଡ-ହାର୍ଡେନ୍ଡ ରେଲ୍ ଉତ୍ପାଦନ କରୁଥିବା ଭାରତର ଏକମାତ୍ର ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍) ଫ୍ରାନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ୍ ଯୋଗାଇବା ପାଇଁ ଅର୍ଡର ହାସଲ କରିଛି । ବ୍ରିଟେନ ଓ ଅଷ୍ଟ୍ରେଲିଆ ମଧ୍ୟ ଜେଏସ୍ପିଏଲ୍ ଉତ୍ପାଦ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଅର୍ଡର ଦେବେ ବୋଲି ଶିଳ୍ପପତି ନବୀନ ଜିନ୍ଦଲଙ୍କ କଂପାନି ଆଶା ରଖିଛି। କଂପାନିର ଏମ୍ଡି ଭି.ଆର. ଶର୍ମା ଏହି ସଫଳତାର ଶ୍ରେୟ ସମସ୍ତ କର୍ମଚାରୀମାନଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ, ଫ୍ରାନ୍ସରୁ ୧୨ ହଜାର ଟନ୍ ସ୍ୱତ୍ୱନ୍ତ୍ର ରେଲ୍ ବ୍ଲୁମ ଯୋଗାଣ ଅର୍ଡରର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କାର ହେବ । ଏହା ସହିତ, ଫ୍ରାନ୍ସ ରେଳବାଇର ନିୟମିତ ସପ୍ଲାୟର୍ ସୂଚୀରେ ଜେଏସ୍ପିଏଲ୍ ଅନ୍ତର୍ଭୂକ୍ତ ହୋଇଛି । ସେହିପରି ବ୍ରିଟେନ ଓ ଅଷ୍ଟ୍ରେଲିଆ ଜେଏସ୍ପିଏଲ୍ ଉତ୍ପାଦ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଅର୍ଡର ଦେବେ ଆଶାକରାଯାଉଛି । ଫ୍ରେଟ୍ କରିଡର ଏବଂ ଦେଶରେ ବିକାଶ ହେଉଥିବା ମେଟ୍ରୋ ରେଲ୍ର ଆବଶ୍ୟକତାକୁ ନଜରରେ ରଖି ଜେଏସ୍ପିଏଲ୍ ରେଳ ମନ୍ତ୍ରାଳୟ ଅଧିନରେ ଥିବା ରିସର୍ଚ ଡିଜାଇନ୍ ଏଣ୍ଡ ଷ୍ଟାଣ୍ଡାର୍ଡ୍ସ ଅର୍ଗାନାଇଜେସନ (ଆରଡିଏସଓ) ପ୍ରମାଣପତ୍ର ପାଇବା ପରେ ୧୦୮୦ ଏଚ୍ଏଚ୍ (ହିଟ୍ ଟ୍ରିଟେଡ୍) ଗ୍ରେଡ୍ ରେଳଲାଇନ୍ର ଉତ୍ପାଦନ ଆରମ୍ଭ କରିଛି। ଏହାର ପ୍ରଥମ ଅର୍ଡର (୨୩୦୮ ଟନ୍) ରେଳ ବିକାଶ ନିଗମ ଲିମିଟେଡ୍ରୁ ପାଇସାରିଛି । ରେଳବାଇର ଆବଶ୍ୟକତା ଅନୁଯାୟୀ, ଜେଏସ୍ପିଏଲ୍ ଏବେ ଆର୍ ୨୬୦ ଗ୍ରେଡ୍ ରେଳଲାଇନ୍ର ଉତ୍ପାଦନ କରିବାକୁ ଯାଉଛି। ଏହି ରେଳଲାଇନ୍ର ଧାରଣ କ୍ଷମତା ବର୍ତ୍ତମାନ ଥିବା ୱାଗନ୍ ପିଛା ୬୪ ଟନ୍ ସ୍ଥାନରେ ୭୫ ଟନ୍ ରହିବ ।
ଫ୍ରାନ୍ସକୁ ୧୨ ହଜାର ଟନ୍ ରେଲ୍ ଯୋଗାଇବ ଜେଏସ୍ପିଏଲ୍
/sambad/media/post_attachments/wp-content/uploads/2020/04/jspl-aa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)