ଭୁବନେଶ୍ୱର: ଶିକ୍ଷା କ୍ଷେତ୍ର ପ୍ରତି ବିଶେଷ ଅବଦାନ ପାଇଁ ଜେଏସ୍ପିଏଲ୍ ଫାଉଣ୍ଡେସନ୍କୁ ଶିକ୍ଷା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ଯୁଗଶ୍ରୀ ଯୁଗନାରୀ ନାମକ ପତ୍ରିକା ପକ୍ଷରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମ ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କଠାରୁ ଜେଏସ୍ପିଏଲ୍ ଅନୁଗୁଳ ୟୁନିଟ୍ର ସିଏସ୍ଆର୍ ମୁଖ୍ୟ ଓ ମହାପ୍ରବନ୍ଧକ ପୁଷ୍ପଲତା ଶତପଥୀ ଏବଂ ଡିଜିଏମ୍ (ସିଏସ୍ଆର୍) ଡକ୍ଟର ଶ୍ରୀମତ୍ ରାୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଶିଷ୍ଟ କବି ରମାକାନ୍ତ ରଥ ଉପସ୍ଥିତ ଥିଲେ।