ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସ୍ଆର୍ ଶାଖା ଜେଏସପିଏଲ ଫାଉଣ୍ଡେସନ ପୁରୀ ରଥ ଯାତ୍ରାରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ସମନ୍ବୟରେ ଫାଉଣ୍ଡେସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ଦେୟମୁକ୍ତ ଭୋଜନ, ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନ ସେବା ପ୍ରଦାନ କରାଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଏହି ସେବା ଜୁନ୍ ୩୦ରୁ ଆରମ୍ଭ ହୋଇ ସୁନାବେଶ ପର୍ଯ୍ୟନ୍ତ ଚାଲିଥିଲା। ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବସଷ୍ଟାଣ୍ଡ ମଧ୍ୟରେ ଏକ ସ୍ୱତନ୍ତ୍ର ଷ୍ଟଲରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ସତେଜ ରନ୍ଧା ହୋଇଥିବା ଶୁଦ୍ଧ ଶାକାହାରୀ ଭୋଜନ ଦିଆଯାଇଥିଲା। ଏହା ବ୍ୟତୀତ ଫାଉଣ୍ଡେସନ ରଥ ଯାତ୍ରା ଦିନ ପୁରୀ ବଡ ଦାଣ୍ଡରେ ଭକ୍ତଙ୍କ ମଧ୍ୟରେ ୧୦୦୦୦ ପ୍ୟାକେଟ ଗ୍ଲୁକୋଜ ବଣ୍ଟନ କରିଥିଲା । କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ପାଇଁ ୧୦୦୦ ରେନ୍କୋଟ୍ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରଯାଇଥିଲା। ଫାଉଣ୍ଡେସନ୍ ପକ୍ଷରୁ ନିଯୋଜିତ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଭ୍ରାମ୍ୟମାଣ ପାନୀୟ ଜଳ ଟ୍ୟାଙ୍କରରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ପ୍ରଦାନ କରଯାଇଥିଲା।
ଜେଏସ୍ପିଏଲ୍ ଫାଉଣ୍ଡେସନ ପକ୍ଷରୁ ରଥ ଯାତ୍ରାରେ ସେବା ପ୍ରଦାନ
/sambad/media/post_attachments/wp-content/uploads/2022/07/f5h465sf4hf65h4fh654fh65fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)