ଜେଏସ୍‌ପିଏଲ୍‌ ଫାଉଣ୍ଡେସନର ‘ସ୍ବୟଂ ସମ୍ପୂର୍ଣ୍ଣା ନାରୀ’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସିଏସ୍‌ଆର୍‌ ସଂସ୍ଥା ଜେଏସ୍‌ପିଏଲ୍‌ ଫାଉଣ୍ଡେସନ ଓଡିଶା ଓ ଛତିଶଗଡରେ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର ଯୋଜନା ‘ଜିନ୍ଦଲ ସ୍ବୟଂ ସମ୍ପୂର୍ଣ୍ଣା ନାରୀ’ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ, ଆର୍ଥିକ ଦୁର୍ବଳ ବର୍ଗର ବାଳିକା ଏବଂ ମହିଳାମାନେ ଦକ୍ଷତା ବିକାଶ ତାଲିମ ଓ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପାଇପାରିବେ। ଏହି ସ୍ଵତନ୍ତ୍ର ଯୋଜନାକୁ ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ ଲୋକାର୍ପିତ କରିଛନ୍ତି। ଏହା ମହିଳାମାନଙ୍କର ରୋଜଗାର କ୍ଷମତା ବୃଦ୍ଧି କରିବା ସହିତ ସେମାନଙ୍କୁ ସଶକ୍ତ କରିବା ବୋଲି ସେ କହିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷାରେ ୬୦ %ରୁ ଅଧିକ ନମ୍ବର ରଖିଥିବା ଆର୍ଥିକ ଦୁର୍ବଳ ବର୍ଗ ଶ୍ରେଣୀର ୧୬ ରୁ ୩୦ ବର୍ଷ ବୟସର ମହିଳା ଏବଂ ବାଳିକା ମାନେ ଦକ୍ଷତା ବିକାଶ ତାଲିମ ପାଇଁ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିପାରିବେ। ସେହିଭଳି ୬୫%ରୁ ଅଧିକ ନମ୍ବର ରଖି ଯୁକ୍ତ ଦୁଇ ପାସ କରିଥିବା ମହିଳା ଏବଂ ବାଳିକାମାନେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏବଂ ୫୫%ରୁ ଅଧିକ ନମ୍ବର ରଖି ସ୍ନାତକ ଡିଗ୍ରୀ ହାସଲ କରିଥିବା ମହିଳା ଏବଂ ବାଳିକା ମାନେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆର୍ଥିକ ସହାୟତା ପାଇପାରିବେ ।

ସମ୍ବନ୍ଧିତ ଖବର