ଜେଏସ୍‌ପିଏଲ୍‌ ଇଡିଙ୍କୁ ଶ୍ରେଷ୍ଠ ନିର୍ଦେଶକ ସମ୍ମାନ

ଭୁବନେଶ୍ବର,: ଜେଏସ୍‌ପିଏଲ୍‌ର ରାୟଗଡ଼ କାରଖାନାରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାମ କରୁଥିବା ଦିନେଶ କୁମାର ସରୋଗୀଙ୍କୁ ଫେମ୍ ଇଣ୍ଡିଆ ଦ୍ବାରା ଶିଳ୍ପ କ୍ଷେତ୍ର ପ୍ଲାଟିନମ୍ ବିଭାଗରେ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। କଂପାନିର ରାୟଗଡ଼ ୟୁନିଟ୍‌ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ଜେଏସ୍‌ପିଏଲ୍‌ର ଅନୁଗୁଳ କାରଖାନା ସ୍ଥାପନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଓମାନଠାରେ ମଧ୍ୟ କଂପାନିର କାରଖାନା ସ୍ଥାପନ ଓ ପରିଚାଳନାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି।

ସମ୍ବନ୍ଧିତ ଖବର