ଜେଏସ୍‌ପିଏଲ୍‌ ଫାଉଣ୍ଡେସନର ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ(ଜେଏସପିଏଲ)ର ସାମାଜିକ ଉତ୍ତରଦାୟିତ୍ୱ ଶାଖା, ଜେଏସପିଏଲ ଫାଉଣ୍ଡେସନ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନର ତୃତୀୟ ସଂସ୍କରଣ ଆୟୋଜନ କରାଯାଇଛି। ଏବର୍ଷ ମଧ୍ୟ ସମାଜ ପ୍ରତି ଅତୁଳନୀୟ ଅବଦାନ ପାଇଁ ୧୦ ଜଣ ବ୍ୟକ୍ତି ବିଶେଷ ଏବଂ ସମାନ ସଂଖ୍ୟକ ସଂସ୍ଥାଙ୍କୁ ସମ୍ମାନିତ କରାଯିବ। ଏଥିପାଇଁ ସାରା ଦେଶରୁ ଆସନ୍ତା ୨୮ତାରିଖ ମଧ୍ୟରେ ଦରଖାସ୍ତ ଆହ୍ୱାନ କରାଯାଉଛି I ସାଧାରଣ ଲୋକ ମାନେ ଏହି ସମ୍ମାନ ପାଇଁ ଯୋଗ୍ୟ ବିଚାର କରୁଥିବା ବ୍ୟକ୍ତି ଏବଂ ସଂସ୍ଥା ମାନଙ୍କ ନାମ ମଧ୍ୟ ପ୍ରସ୍ତାବ ଦେଇପାରିବେ। ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ଜେଏସପିଏଲ ଫାଉଣ୍ଡେସନର ୱେବସାଇଟ (www.jsplfoundation.co.in) ରୁ ସବିଶେଷ ବିବରଣୀ ପାଇ ପାରିବେ। ବିଚାରକ ମଣ୍ଡଳୀ ଦ୍ୱାରା ଶ୍ରେଷ୍ଠ ବିବେଚିତ ବ୍ୟକ୍ତି ମାନଙ୍କୁ ଦିଲ୍ଲୀରେ ଅନୁଷ୍ଠିତ ଏକ ଉତ୍ସବରେ ସମ୍ମାନିତ କରାଯିବ। ପ୍ରତ୍ୟେକ ବିଜେତାଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ଜେଏସପିଏଲ ଫାଉଣ୍ଡେସନର ସଭାପତି ଶାଲୁ ଜିନ୍ଦଲ କହିଛନ୍ତି।

ସମ୍ବନ୍ଧିତ ଖବର