ନୂଆଦିଲ୍ଲୀ: ସରକାରୀ ହେଲିକପ୍ଟର କଂପାନି ପୱନ ହଂସ ଲିମିଟେଡ୍କୁ କିଣିବା ଦୌଡ଼ରେ ରହିଛନ୍ତି ଜେଏସ୍ଡବ୍ଲୁ ଓ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଭଳି ଜଣାଶୁଣା ଘରୋଇ ସଂସ୍ଥା। ଏହି ସଂସ୍ଥାକୁ କିଣିବା ଲାଗି ଆସିଥିବା ବିଡ୍ଗୁଡ଼ିକୁ ଯାଞ୍ଚ କରି ଆସନ୍ତାକାଲି ବିଜୟୀ ସଂସ୍ଥା ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଟିତ ହେବ। ବୈଠକରେ ଯେଉଁ ସଂସ୍ଥାର ନାମ ଚୟନ କରାଯିବ ତାହାକୁ ମନ୍ତ୍ରୀସ୍ତରୀୟ କମିଟିର ଅନୁମୋଦନ ମିଳିବା ପରେ ତାହାର ନାମ ଘୋଷଣା କରାଯିବ। ପୁଞ୍ଜିପ୍ରତ୍ୟାହାର ଜରିଆରେ ସରକାର ଏବର୍ଷ ୬୫ ହଜାର କୋଟି ଟଙ୍କା ହାସଲ କରିବା ଯୋଜନା ରଖିଥିବା ବେଳେ ସେହି ଲକ୍ଷ୍ୟ ହାସଲ କରିବାରେ ପୱନ୍ ହଂସ ବିକ୍ରି ବିଶେଷ ସହାୟକ ହୋଇପାରିବ। ବିକ୍ରି ପରେ ଏହି ସଂସ୍ଥାରେ ସରକାରଙ୍କ ନାମକୁ ମାତ୍ର ଅଂଶଧନ ରହିବ। କ୍ଷତିରେ ଚାଲୁଥିବା ପୱନ୍ ହଂସ ଏବେ ଓଏନ୍ଜିସିକୁ ପରିବହନ ସେବା ପ୍ରଦାନ କରୁଛି। ଏହି ସଂସ୍ଥାରେ ସରକାରଙ୍କ ୫୧% ଓ ଓଏନ୍ଜିସିର ୪୯ ପ୍ରତିଶତ ଅଂଶଧନ ରହିଛି। ଓଏନ୍ଜିସି ତାହାର ସମସ୍ତ ଅଂଶଧନକୁ ବିକ୍ରି କରିବ। ନିକଟରେ ସରକାର ସଫଳତାର ସହ ୧୮ ହଜାର କୋଟି ଟଙ୍କାରେ ବିମାନ କଂପାନି ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍କୁ ବିକ୍ରି କରିଛନ୍ତି।
ପୱନ ହଂସ କିଣିବା ଦୌଡ଼ରେ ଜେଏସ୍ଡବ୍ଲୁ
/sambad/media/post_attachments/wp-content/uploads/2022/04/654h5s6f4hsf1h231fsh32sfhffhhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)