ଭୁବନେଶ୍ବର: ଜେଏସଡବ୍ଲୁ୍ ଗ୍ରୁପ୍ କମ୍ପାନି ଜେଏସ୍ଡବ୍ଲ୍ୟୁ ସିମେଣ୍ଟ ଏହାର ଶାଳବଣୀ ସ୍ଥିତ ପ୍ଲାଣ୍ଟର ବାର୍ଷିକ ସିମେଣ୍ଟ ଉତ୍ପାଦନ କ୍ଷମତା ୨.୪ ନିୟୁତ ଟନ୍ରୁ ୩.୬ ନିୟୁତ ଟନ୍କୁ ବୃଦ୍ଧି କରିବ। ପୂର୍ବ ଭାରତର ରାଜ୍ୟ ଗୁଡ଼ିକ ଯଥା ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡରେ କମ୍ପାନି ଏହାର ଉପିସ୍ଥିତିକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇ ଏହି ଉତ୍ପାଦନ କ୍ଷମତା ବୃଦ୍ଧି କରିବ। ଓଡ଼ିଶାର ୩୦ଟି ଜିଲ୍ଲାରେ କମ୍ପାନି ୨୨୦ ଜଣ ଡିଲର ଏବଂ ରିଟେଲରଙ୍କ ମାଧ୍ୟମରେ ଏହାର ବ୍ୟବସାୟ କରୁଛି। ଜେଏସଡବ୍ଲ୍ୟୁ ସିମେଣ୍ଟର ଓଡ଼ିଶା ମୁଖ୍ୟ ସଞ୍ଜୟ କୁମାର ସିଂହଙ୍କ କହିବାନୁଯାୟୀ, ଓଡ଼ିଶାରେ ପିଏସ୍ସି ସିମେଣ୍ଟ ବିକ୍ରି କରିବାରେ ଆମର ଉଲ୍ଲେଖନୀୟ ଯୋଗଦାନ ରହିଛି।
ସିମେଣ୍ଟ ଉତ୍ପାଦନ କ୍ଷମତା ବଢ଼ାଇବ ଜେଏସ୍ଡବ୍ଲ୍ୟୁ
/sambad/media/post_attachments/wp-content/uploads/2019/02/jsw-cement.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)