ସିମେଣ୍ଟ ଡେଲିଭରି ସମୟରେ ଉନ୍ନତି ପାଇଁ ଜେଏସ୍‌ଡବ୍ଲ୍ୟୁର ନିବେଶ

ଭୁବନେଶ୍ବର: ଗ୍ରାହକଙ୍କ ନିକଟରେ କମ୍ ସମୟ ମଧ୍ୟରେ ସିମେଣ୍ଟ ପହଞ୍ଚାଇବା ପାଇଁ ଜେଏସଡବ୍ଲ୍ୟୁ ସିମେଣ୍ଟ ଅର୍ଥ ନିବେଶ କରିଛି। ୱାଗନ ଟିପଲରରେ ଏହି ଅର୍ଥ ନିବେଶ କରାଯାଇଛି। ଏଥିସହିତ ରାଜ୍ୟରେ ବିତରକଙ୍କ ନିକଟରେ ସିମେଣ୍ଟ ପହଞ୍ଚାଇବା ପାଇଁ କମ୍ପାନି କେତେକ ଟ୍ରକ୍ କ୍ରୟ କରିଛି। ରାଜ୍ୟରେ ଜେଏସଡବ୍ଲ୍ୟର ପ୍ରାୟ ୨୨୦ରୁ ଅଧିକ ବିତରକ ଏବଂ ରିଟେଲର ରହିଛନ୍ତି। ଏହି ନିବେଶ ଦ୍ବାରା ପୂର୍ବ ଭାରତରେ କମ୍ପାନିର ସିମେଣ୍ଟ ପରିବହନ ଓ ବିକ୍ରୟ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ବୋଲି ପୂର୍ବ ଭାରତ ମୁଖ୍ୟ ଗୌତମ ମୁଖୋପାଧ୍ୟାୟ ଓ ଓଡ଼ିଶା ମୁଖ୍ୟ ସଂଜୟ କୁମାର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର