କାର୍ଯ୍ୟକ୍ଷମ ହେଲା ଜେଏସଡବ୍ଲୁ ନିର୍ମିତ ପାରାଦୀପ ଇଷ୍ଟ କ୍ବେଏ ଟର୍ମିନାଲ

ଭୁବନେଶ୍ବର : ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଦ୍ବାରା ନିର୍ମିତ ପାରାଦୀପ ଇଷ୍ଟ କ୍ବେଏ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି । ଏହା ହେଉଛି ପାରାଦୀପ ପୋର୍ଟ ଟ୍ରଷ୍ଟରେ ଏକ ସମ୍ପୂର୍ଣ୍ଣ ଯାନ୍ତ୍ରିକ ଟର୍ମିନାଲ୍ ଯାହାର ବାର୍ଷିକ ୩୦ ମିଲିୟନ ଟନର କୋଇଲା ପରିଚାଳନା କ୍ଷମତା ରହିଛି । ଏହି କୋଇଲା ଟର୍ମିନାଲକୁ ଏକ କେପ୍ ଅନୁପାଳନକାରୀ ଟର୍ମିନାଲ୍ ଭାବରେ ପ୍ରସ୍ତୁତ କରାଯାଇଛି ଓ ଏହା ପାରାଦୀପ ପୋର୍ଟ ରେକା ପେସାଇଜ୍ ଭେସେଲ ସୋନ୍ସ ଡ୍ରେଜିଂର ପରିଚାଳନା କରିବ । ଏହି ଟର୍ମିନାଲର ଦିନକୁ ୨୫ ରେକ୍ ଅନଲୋଡ୍ କରିବାର କ୍ଷମତା ରିହଛି ଓ ଏହା ଏକ ସଙ୍ଗରେ ଦୁଇଟି ଜାହାଜକୁ ଲୋଡ୍ କରିପାରିବ । ଏହି ଟର୍ମିନାଲର ଭିତ୍ତିଭୂମି ଉତ୍ପାଦନ କ୍ଷମତାରେ ବୃଦ୍ଧି କରିବ ଓ ଶକ୍ତି ଉତ୍ପାଦନକାରୀଙ୍କର ସାମଗ୍ରୀକ ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବ । କମ୍ପାନୀ ପାରାଦୀପ ପୋର୍ଟରେ ଏହି ଟର୍ମିନାଲର ପ୍ରତିଷ୍ଠା କରିବା ପାଇଁ ପ୍ରାୟ ଟ.୧୩୦୦ କୋଟି ଟଙ୍କାର ନିବେଶ କରିଛି ।

ପାରାଦୀପ ପୋର୍ଟଟ୍ରଷ୍ଟ ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚରକୁ ସମ୍ପୂର୍ଣ୍ଣ ଯାନ୍ତ୍ରିକ କୋଲ ଟର୍ମିନାଲର ବିକାଶ ପାଇଁ ଦାୟୀତ୍ୱ ପ୍ରଦାନ କରିଛି ।  ଏହାକୁ ୩୦ ବର୍ଷ ପାଇଁ ନିର୍ମାଣ, ପରିଚାଳନା ଓ ଟ୍ରାନ୍ସଫର ଭିତିରେ ପ୍ରସ୍ତୁତ କରାଯିବ । କୋଲ ଟର୍ମିନାଲର କାର୍ଯ୍ୟ ଆରମ୍ଭ କରେ, ଜେଏସଡବ୍ଲୁ  ଇନଫ୍ରାଷ୍ଟ୍ରକଚରର ବର୍ତମାନର କାର୍ଗୋ  କ୍ଷମତା ୧୫୦ ଏମଟିପିଏକୁ ଅତିକ୍ରମ କରିବ । ଏହା ଆର୍ଥିକ ବର୍ଷ ୨୪ ସୁଦ୍ଧା ସମୁଦାୟ ୨୦୦ ଏମଟିପିଏର କାର୍ଗୋ ପରିଚାଳନା କ୍ଷମତା ରଖିଛି ।

 

 

ସମ୍ବନ୍ଧିତ ଖବର