ଭୁବନେଶ୍ୱର: ଜଗତସିଂହପୁରର ପାରାଦୀପଠାରେ ଏକ ବୃହତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିବା ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଜମି ପାଇବାକୁ ଅପେକ୍ଷା କରିଛି। ଜମି ମିଳିବା ପରେ କଂପାନି ଏହି କାରଖାନାର ରୂପରେଖ କ’ଣ ରହିବ ତାହା ଜଣାଇବ। ପାରାଦୀପଠାରେ ବାର୍ଷିକ ୧୦ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ୍ ବୃହତ କାରଖାନା ବସାଇବାକୁ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲକ୍ଷ୍ୟ ରଖିଛି। ଏଥିପାଇଁ କଂପାନି ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୯୮୦ ଏକର ଜମି ପ୍ରଦାନ କରିବାକୁ କୁହାଯାଇଛି। ଜମି ମିଳିବା ପରେ କଂପାନି ପରବର୍ତି ପଦକ୍ଷେପ ଗ୍ରହଣ କରିବ। ଅନ୍ୟାନ୍ୟ ମଞ୍ଜୁରି ହାସଲ କରିବାକୁ ମଧ୍ୟ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଆବେଦନ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ୧୭୭୪ କୋଟି ଟଙ୍କାର ଲାଭ କରିଛି। କଂପାନି ନିଜର କାରବାରକୁ ସମ୍ପ୍ରସାରଣ କରିବା ପାଇଁ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି। ସେହି ଯୋଜନାର ଏକ ଅଂଶ ହେଉଛି ପାରାଦୀପରେ ମେଗା ଷ୍ଟିଲ୍ କାରଖାନା ସ୍ଥାପନ କରିବା। ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ର ବାର୍ଷିକ ଉତ୍ପାଦନ କ୍ଷମତା ବାର୍ଷିକ ୫ ନିୟୁତ ଟନ୍ ଥିବା ବେଳେ ୨୦୨୦ ସୁଦ୍ଧା ତାହାକୁ ୧୦ ନିୟୁତ ଟନ୍ ଏବଂ ୨୦୩୦ ସୁଦ୍ଧା ଉତ୍ପାଦନକୁ ୪୦ ନିୟୁତ ଟନ୍ରେ ପହଞ୍ଚାଇବାକୁ କଂପାନି ଲକ୍ଷ୍ୟ ରଖିଛି। କଂପାନିର ଦୀର୍ଘମିଆଦୀ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାରେ ପାରାଦୀପ କାରଖାନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାରଣ ଯଦି ଏଠାରେ ଜେଏସ୍ଡବ୍ଲ୍ୟୁ ନିଜର ଯୋଜନା ଅନୁସାରେ ୧୦ ନିୟୁତ ଟନ୍ର କାରଖାନା ବସାଇବାରେ ସଫଳ ହୋଇଯିବ ତେବେ ୨୦୩୦ ସୁଦ୍ଧା ୪୦ ନିୟୁତ ଟନ୍ର ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ସହଜ ହୋଇପାରିବ। ଚର୍ଚା ହେଉଛି ଯେ ଜଗତସିଂପୁରରେ କୋରିଆର ଇସ୍ପାତ କଂପାନି ପୋସ୍କୋ ପାଇଁ ସରକାର ଯେଉଁ ଜମି ଅଧିଗ୍ରହଣ କରିଥିଲେ ତାହା ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ର ପ୍ରସ୍ତାବିତ କାରଖାନା ପାଇଁ ହସ୍ତାନ୍ତର କରାଯିବ। ମାତ୍ର ରାଜ୍ୟ ସରକାର କିମ୍ବା କଂପାନି କର୍ତୃପକ୍ଷ ଏବିଷୟରେ କୌଣସି ନିର୍ଦିଷ୍ଟ ସୂଚନା ପ୍ରଦାନ କରୁନାହାନ୍ତି। ଜଗତସିଂହପୁରରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ଏକ ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବା ପାଇଁ ପୋସ୍କୋ ଲକ୍ଷ୍ୟ ରଖିଥିଲା। ମାତ୍ର ଜମି ଅଧିଗ୍ରହଣରେ ସମସ୍ୟା ଏବଂ ଖଣି ମିଳିବା ଅନିଶ୍ଚିତତା ଯୋଗୁଁ ପୋସ୍କୋ ଏହି ପ୍ରକଳ୍ପରୁ ଦୂରେଇ ଯାଇଛି।
ଜମି ଅପେକ୍ଷାରେ ଜେଏସ୍ଡବ୍ଲ୍ୟୁ
/sambad/media/post_attachments/wp-content/uploads/2018/02/Jindal-Steel-Power_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)